ବାସ୍ତବ ନିୟନ୍ତ୍ରଣ ରେଖା ସଂକ୍ରାନ୍ତରେ ଚୀନ୍‌ ସହ ଆଲୋଚନାରୁ କୌଣସି ଗୁରୁତ୍ୱପୂର୍ଣ୍ଣ ଫଳ ମିଳିନାହିଁ: ରାଜନାଥ ସିଂହ

ନୂଆଦିଲ୍ଲୀ: ପୂର୍ବ ଲଦାଖ ଅନ୍ତର୍ଗତ ବାସ୍ତବ ନିୟନ୍ତ୍ରଣ ରେଖା ଅଞ୍ଚଳରେ ଉପୁଜିଥିବା ବିବାଦର ସମାଧାନ ନିମନ୍ତେ ଚୀନ୍‌ ସହ ହୋଇଥିବା କୂଟନୈତିକ ଏବଂ ସାମରିକ ସ୍ତରୀୟ ଆଲୋଚନାରୁ କୌଣସି ତାତ୍ପର୍ଯ୍ୟପୂର୍ଣ୍ଣ ଫଳ ମିଳିନାହିଁ ବୋଲି ବୁଧବାର ଦିନ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କହିଛନ୍ତି। ସେଠାରେ ପୂର୍ବଭଳି ସ୍ଥିତାବସ୍ଥା ରହିଥିବା କଥା ସେ କହିଛନ୍ତି।

ସ୍ଥିତାବସ୍ଥା ଜାରି ରହିଲେ ସୈନ୍ୟ ମୁତୟନ ସଂଖ୍ୟା ହ୍ରାସ କରାଯିବ ନାହିଁ ବୋଲି ସେ ଏକ ଗଣମାଧ୍ୟମକୁ ଦେଇଥିବା ସାକ୍ଷାତ୍‌କାରରେ କହିଛନ୍ତି।
‘ହଟ୍‌ଲାଇନ୍‌’ (ଟେଲିଫୋନ୍‌ ଯୋଗେ) ବାର୍ତ୍ତା ବିନିମୟ କରାଯାଇଛି ବୋଲି ସେ କହିଛନ୍ତି। ଦୁଇ ଦେଶ ମଧ୍ୟରେ କେଉଁ କେଉଁ ପ୍ରସଙ୍ଗ ଉପରେ ଆଲୋଚନା କରାଯିବ ସେ ସଂକ୍ରାନ୍ତରେ ଏହି ବାର୍ତ୍ତା ବିନିମୟ କରାଯାଇଥିବା କଥା ସେ ସୂଚନା ଦେଇଛନ୍ତି।

Image Courtesy of NDTV

ଡିସେମ୍ବର ୧୮ ତାରିଖରେ ଅନୁଷ୍ଠିତ ‘ଡବ୍ଲୁଏମ୍‌ସିସି’ ବୈଠକ ପରେ ବୈଦେଶିକ ବ୍ୟାପାର ମନ୍ତ୍ରାଳୟ କହିଥିଲା କି, ଗୁରୁତ୍ୱପୂର୍ଣ୍ଣ କୂଟନୈତିକ ଓ ସାମରିକ ସ୍ତରୀୟ ଆଲୋଚନା ପାଇଁ ଉଭୟ ପକ୍ଷ ରାଜି ହୋଇଛନ୍ତି।

ଯଥା ଶୀଘ୍ର ପରବର୍ତ୍ତୀ ତଥା ୯ମ ପର୍ଯ୍ୟାୟ ବରିଷ୍ଠ କମାଣ୍ଡର୍‌ମାନଙ୍କ ବୈଠକ ବସିଲେ ଉଭୟ ପକ୍ଷ ସମ୍ପୂର୍ଣ୍ଣ ସୈନ୍ୟ ଅପସାରଣ ନିମନ୍ତେ କାର୍ଯ୍ୟ ଆରମ୍ଭ କରିବେ।

ସମ୍ବନ୍ଧିତ ଖବର