ନୂଆଦିଲ୍ଲୀ: ଦିନକୁ ଦିନ ଜଟିଳ ହେଉଥିବା ଦେଶର ସୁରକ୍ଷା ପରିସ୍ଥିତିକୁ ଦୃଷ୍ଟିରେ ରଖି ସରକାର ଏଥର ପ୍ରତିରକ୍ଷା ବ୍ୟୟବରାଦ ବଢାବେ ବୋଲି ଆଶା କରାଯାଉଥିଲା । କିନ୍ତୁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ନିଜର ପ୍ରଥମ ବଜେଟରେ ପ୍ରତିରକ୍ଷା କ୍ଷେତ୍ରର ନାଁ ଧରି ନାହାନ୍ତି ।
ଗତ ଫେବ୍ରୁଆରୀରେ ଘୋଷିତ କାମଚଳା ବଜେଟରେ ପ୍ରତିରକ୍ଷା ବଜେଟ ପ୍ରଥମ ଥର ପାଇଁ ୩ ଲକ୍ଷ କୋଟି ଟପିଥିଲା । ୨୦୧୮ ବଜେଟରେ ତତକାଳୀନ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ଏଥର ପ୍ରତିରକ୍ଷା ବଜେଟ୍ ୭.୮୧ ପ୍ରତିଶତ ବଢାଇ ୨୯୫,୫୧୧ କୋଟି ଟଙ୍କା କରିଥିଲେ । ଭାରତର ପ୍ରତିରକ୍ଷା ବଜେଟ ବିଶ୍ୱରେ ୫ମ ବୃହତ୍ତମ ହୋଇଥିଲେ ମଧ୍ୟ ସେନାର ଆଧୁନିକୀକରଣ ପାଇଁ ତାହା ଯଥେଷ୍ଟ ନୁହେଁ ବୋଲି ବିଶେଷଜ୍ଞମାନେ କହୁଛନ୍ତି ।
/sambad/media/post_attachments/wp-content/uploads/2019/07/nirmal-300x168.jpg)
ଏହା ଦେଶର ଜିଡିପିର ମାତ୍ର ୧.୫୮ ପ୍ରତିଶତ, ଯାହାକି ଗତ ୧୯୬୨ପରଠାରୁ ସବୁଠୁ କମ । ବିଶେଷଜ୍ଞଙ୍କ ମତରେ ଏହା ଅତିକମରେ ଆମ ଜିଡିପିର ୨.୫ ପ୍ରତିଶତରୁ ଅଧିକ ହେବା ଜରୁରୀ । କାରଣ ଚୀନ ଓ ପାକିସ୍ତାନପଟୁ ଭାରତ ପ୍ରତି ବିପଦର ଆଶଙ୍କା ଏବେ ଅନେକ ଗୁଣ ବଢିଯାଇଛି । ଏହି କାରଣରୁ ଭାରତ ନିଜ ସେନାରଦ୍ରୁତ ଆଧୁନିକୀକରଣ କରିବା ଆବଶ୍ୟକତା ରହିଛି । ପୁଣି ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର କିଣିବା ମଧ୍ୟ ଜରୁରୀ ହୋଇପଡିଛି । କିନ୍ତୁ ଏତିକି ବଜେଟରେ ଏହା ସମ୍ଭବ ଲାଗୁ ନାହିଁ ।
କେବଳ ଏବର୍ଷ ନୁହେଁ ଗତ ଅନେକ ବର୍ଷ ଧରି ଭାରତ ସରକାର ପ୍ରତିରକ୍ଷା କ୍ଷେତ୍ରକୁ ଅବହେଳା କରିଆସିଛନ୍ତି । ଯେତିକି ବ୍ୟୟ ବରାଦ ହେଉଛି ଦରମା ଓ ପେନସନ ପରେ ଜରୁରୀ ଶସ୍ତ୍ରଶସ୍ତ୍ର ଓ ଯନ୍ତ୍ରପାତି କିଣିବା ପାଇଁ ଯେତିିକି ରହୁଛି ତାହା ଯଥେଷ୍ଟ ନୁହେଁ ବୋଲି ଆଲୋଚନା ହେଉଛି ।