କାଶ୍ମୀର ଆତଙ୍କବାଦୀଙ୍କ ନିସ୍ତାର ନାହିଁ : ରାମ ମାଧବ

ନୂଆଦିଲ୍ଲୀ : କାଶ୍ମୀରର ଆତଙ୍କବାଦୀମାନଙ୍କୁ କୌଣସି ଦୟା ଦେଖାଯିବ ନାହିଁ ବୋଲି କହିଛନ୍ତି ବିଜେପି ମହାସଚିବ ରାମ ମାଧବ କହିଛନ୍ତି । ଜାମ୍ମୁ ଓ କାଶ୍ମୀର ସରକାରରୁ ବିଜେପିର ସମର୍ଥନ ପ୍ରତ୍ୟାହାର ପରେ ସରକାର ଆତଙ୍କ ନିରୋଧୀ ଅପରେସନ ଉପରେ ଅଧିକ ଗୁରୁତ୍ୱ ଦେବା ସଂକେତ ଦେଇଛନ୍ତି । ଏ ପରିପ୍ରେକ୍ଷୀରେ ରାମ ମାଧବଙ୍କ ମନ୍ତବ୍ୟ ବେଶ ଗୁରୁତ୍ୱ ବହନ କରୁଛି । ତେବେ ମାଧବଙ୍କ ମନ୍ତବ୍ୟକୁ ବିରୋଧ କରିଛନ୍ତି ଜାମ୍ମୁ ଓ କାଶ୍ମୀରର ଦୁଇ ପ୍ରମୁଖ ଆଞ୍ଚଳିକ ଦଳ ପିଡିପି ଓ ନ୍ୟାସନାଲ କନଫରେନ୍ସ । ନ୍ୟାସନାଲ କନଫରେନ୍ସର ନେତା ଓମର ଅବଦୁଲ୍ଲା କହିଛନ୍ତି ଯେ ଜାମ୍ମୁ କାଶ୍ମୀରରେ ସରକାରଙ୍କ ବଳପ୍ରୟୋଗ ସଫଳ ହେବ ନାହିଁ । ଗତ ତିନି ବର୍ଷ ଧରି ମଧ୍ୟ ସରକାର ବଳ ପ୍ରୟୋଗ କରିଆସୁଥିଲେ, କିନ୍ତୁ ବିଫଳ ହୋଇଛନ୍ତି । ଅନ୍ୟପକ୍ଷରେ ପିଡିପି ନେତା ମେହେବୁବା ମୁଫତି କହିଛନ୍ତି ଯେ ଜାମ୍ମୁ ଓ କାଶ୍ମୀରରେ କଥାବାର୍ତ୍ତା ହିଁ ଏକମାତ୍ର ବିକଳ୍ପ । କେବଳ ବଳ ପ୍ରୟୋଗ ନୁହେଁ, ବିକାଶ ମାଧ୍ୟମରେ ମଧ୍ୟ ସରକାର କାଶ୍ମୀର ସ୍ଥିତିରେ ପରିବର୍ତ୍ତନ ଆଣିବାକୁ ଉଦ୍ୟମ କରିବାକୁ ସଂକେତ କହିଛନ୍ତି । ଗତକାଲି ବିଜେପି ରାଜ୍ୟରେ ମେହେବୁବା ମୁଫତି ସରକାରରୁ ସମର୍ଥନ ପ୍ରତ୍ୟାହାର କରିବା ପରେ ରାଜ୍ୟରେ ରାଜ୍ୟପାଳ ଶାସନ ଆରମ୍ଭ ହୋଇଛି ।

ସମ୍ବନ୍ଧିତ ଖବର