ପେଟରେ ଯନ୍ତ୍ରଣା ହେବାରୁ ଚିକିତ୍ସା ଲାଗି ଡ଼ାକ୍ତରଖାନାରେ ପହଞ୍ଚିବା ପରେ ଅଚେତ୍‌ ହୋଇଗଲେ ୧୭ବର୍ଷୀୟା ଯୁବତୀ, କୋମାରେ ଥାଇ ଜନ୍ମ ଦେଲେ କନ୍ୟା

ନୂଆଦିଲ୍ଲୀ : ଇଂଲଣ୍ଡରେ ରହୁଥିବା ୧୭ବର୍ଷୟା ଯୁବତୀ ଇବୋନିଙ୍କ ଜୀବନରେ  ହଠାତ୍‌ ଏମିତି ଏକ ଘଟଣା ଘଟିଥିଲା, ତାହା ତାଙ୍କ ଜୀବନକୁ ସମ୍ପୂର୍ଣ୍ଣ ଭାବରେ ବଦଳାଇ ଦେଇଥିଲା । କୌଣସି ସଙ୍କେତ ନ ଥାଇ ହଠାତ୍‌ ଏଭଳି ଘଟିବା ଜାଣି ସେ ଚିନ୍ତାରେ ପଡ଼ି ଯାଇଥିଲେ । କିନ୍ତୁ ପରେ ଡ଼ାକ୍ତର ଏପରି ହେବା ପଛର କାରଣ ଇବୋନିଙ୍କୁ ଜଣାଇଥିଲେ ।

ତାଙ୍କ କହିବା ଅନୁଯାୟୀ, ହଠାତ୍‌ ମୋର ସ୍ୱାସ୍ଥ୍ୟବସ୍ଥା ବିଗିଡ଼ିବାରୁ ମୁଁ ଡ଼ାକ୍ତରଖାନାରେ ପହଞ୍ଚିଥିଲି । କିନ୍ତୁ ଚିକିତ୍ସା ସମୟରେ ମୁଁ କୋମାକୁ ଚାଲି ଯାଇଥିଲି । କୋମାରୁ ବାହାରିବା ପରେ ମୁଁ ଏକ ଶିଶୁକନ୍ୟାକୁ ଜନ୍ମ ଦେଇଛି ବୋଲି ଡ଼ାକ୍ତର ଜଣାଇଥିଲେ । ଏହା ଶୁଣି ମୁଁ ଆଶ୍ଚର୍ଯ୍ୟ ହୋଇ ଯାଇଥିଲି । ମୋର ମାସିକ ଧର୍ମ ବନ୍ଦ ହୋଇ ନଥିଲା କି ମୋର ପେଟ ମଧ୍ୟ ବାହାରି ନଥିଲା । ପେଟରେ ଶିଶୁଟି ବଢ଼ିବାର ଅନୁଭବ ମୁଁ କିପରି କରି ପାରିଲି ନାହିଁ, ସେ ବିଷୟରେ ମୁଁ ବାରମ୍ବାର ଭାବୁଥିଲି । ଏହା ପରେ ଡ଼ାକ୍ତର ମୋତେ ଏହା ପଛର କାରଣ ଜଣାଇଥିଲେ । ମୋର ୟୁଟେରସ ଡାଇଡେଲଫିସ୍‌ ସମସ୍ୟା ରହିଥିବା କଥା ସେ ମୋତେ ଜଣାଇଥିଲେ ।

bhaskar.com

ଏହି ସମସ୍ୟା ଥିଲେ ମହିଳାଙ୍କ ଶରୀରରେ ଦୁଇଟି ଗର୍ଭାଶୟ ରହିଥାଏ । ଯାହା ଦ୍ୱାରା ଭ୍ରୁଣ ଦୁଇଟି ଗର୍ଭାଶୟ ମଧ୍ୟରୁ ଗୋଟେ ଗର୍ଭାଶୟ ମଧ୍ୟରେ ଲୁଚି ବଢ଼ିବାକୁ ଲାଗିଥାଏ । ପ୍ରତି ୩୦୦୦ ମହିଳାଙ୍କ ମଧ୍ୟରୁ ଜଣଙ୍କ ଠାରେ ଏହି ସମସ୍ୟା ରହିଥାଏ ବୋଲି ଡ଼ାକ୍ତର ଜଣାଇଥିଲେ । ଯାହା ପରେ ପୂରା ଘଟଣା ସେ  ଜାଣି ପାରିଥଲେ ବୋଲି ଇବୋନି କହିଛନ୍ତି ।

ସମ୍ବନ୍ଧିତ ଖବର