ଲକ୍ଷ୍ନୌ: ଦେଶରେ ଲୋକସଭା ନିର୍ବାଚନର ୨୦୨୪ଶେଷ ପର୍ଯ୍ୟାୟ ପାଇଁ ମତଦାନ ଚାଲିଛି। ୮ ଟି ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳର ୫୭ଟି ଲୋକସଭା ଆସନରେ ମତଦାନ ଚାଲିଛି। ଉତ୍ତରପ୍ରଦେଶରୁ ଭୋଟ୍ ବର୍ଜନ ଖବର ସାମ୍ନାକୁ ଆସିଛି। ପ୍ରାୟ ୩୦ ହଜାର ଭୋଟର ଭୋଟ୍ ଦେବାକୁ ମନା କରିଦେଇଥିଲେ। ସେମାନେ କହିଛନ୍ତି ଯେ ଯଦି ମୋବାଇଲ୍ ନେଟୱାର୍କ ନାହିଁ, ତେବେ ଭୋଟ୍ ନାହିଁ।
ସୋନଭଦ୍ର ଜିଲ୍ଲାର ଜୁଗେଲ ଗ୍ରାମ ପଞ୍ଚାୟତର ଗ୍ରାମବାସୀ ଶନିବାର ଭୋଟ୍ ବର୍ଜକ କରିଛନ୍ତି। ବହୁ ସଂଖ୍ୟକ ଲୋକ ହାତରେ ପ୍ଲାକାର୍ଡ ଧରି ତୀବ୍ର ବିରୋଧ କରିଥିଲେ। ଏହି ସମୟରେ ସେମାନେ 'ମୋବାଇଲ୍ ନେଟୱାର୍କ ନାହିଁ ତ ଭୋଟ୍ ନାହିଁ' ସ୍ଲୋଗାନ ଦେଇଥିଲେ। ଏହି ଗାଁରେ ପ୍ରାୟ ୩୦ ହଜାର ଭୋଟର ଅଛନ୍ତି। ସୂଚନା ପାଇବା ମାତ୍ରେ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ଗ୍ରାମବାସୀଙ୍କୁ ମନାଇବା ପାଇଁ ଚେଷ୍ଟା କରିଥିଲେ ମଧ୍ୟ ସେମାନେ ଏଥିରେ ସହମତ ହୋଇ ନ ଥିଲେ।
ଏ ସମ୍ପର୍କରେ ଗାଁ ମୁଖିଆଙ୍କ ପ୍ରତିନିଧୀ ଦୀନେଶ ଯାଦବ କହିଛନ୍ତି ଯେ ଦୀର୍ଘ ଦିନ ଧରି ଗାଁରେ ନେଟୱାର୍କ ସମସ୍ୟା ରହିଆସିଛି। ଏହି ସମସ୍ୟା ବିଷୟରେ ମନ୍ତ୍ରୀ ଏବଂ ଜନ ପ୍ରତିନିଧୀଙ୍କୁ ଅନେକ ଥର ସୂଚନା ଦିଆଯାଇଥିଲା, କିନ୍ତୁ କୌଣସି ସମାଧାନ ହୋଇପାରିଲା ନାହିଁ। ଏଠାକାର ଲୋକମାନେ ଜରୁରୀକାଳୀନ ନମ୍ବରକୁ ମଧ୍ୟ କଲ କରିବାକୁ ସକ୍ଷମ ନୁହଁନ୍ତି। ଯଦି କେହି ମୋବାଇଲରେ କଥା ହେବାକୁ ଚାହାଁନ୍ତି ତେବେ ତାଙ୍କୁ ନିକଟରେ ଥିବା ପାହାଡ଼ ଉପରକୁ ଯାଇ କଲ କରିବାକୁ ପଡିଥାଏ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/06/33.png)