ସେନା ପାଖରେ ଅର୍ଥର ଅଭାବ ନାହିଁ, କିଣିପାରିବେ ଆଧୁନିକ ଅସ୍ତ୍ରଶସ୍ତ୍ର: ପ୍ରତିରକ୍ଷା ମନ୍ତ୍ରୀ ନୀର୍ମଳା ସୀତାରମଣ

ନୂଆଦିଲ୍ଳୀ: ଆଜି ସଂସଦରେ ରକ୍ଷା ସମ୍ବନ୍ଧୀୟ ସଂସଦୀୟ କମିଟିର ସଭ୍ୟମାନେ ପ୍ରତିରକ୍ଷା ମନ୍ତ୍ରୀଙ୍କୁ ଦେଶର ତିନି ସେନାମୁଖ୍ୟଙ୍କ ପାଖରେ ଅସ୍ତ୍ରଶସ୍ତ୍ର ଓ ସେନାର ଆଧୁନୀକକରଣ ପାଇଁ ପ୍ରଚୁର ଅର୍ଥ ନଥିବାର ପ୍ରଶ୍ନ କରିଥିଲେ । ଏହାର ଉତ୍ତରରେ ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ କହିଥିଲେ ଯେ, ସେନାକୁ ଆଧୁନିକକରଣ ଓ ଗୋଳାବାରୁଦ କିଣିବା ପାଇଁ ଅର୍ଥର ଅଭାବ ନାହିଁ । ତିନି ସେନାର ଉପମୁଖ୍ୟଙ୍କ ପାଖରେ ଅନୁମତି ଅଛି ସେମାନେ ସେନାର ସୁରକ୍ଷା ପାଇଁ ଯେକୌଣସି ସମୟରେ ଅସ୍ତ୍ରଶସ୍ତ୍ର ଓ ସେନାର ଆଧୁନିକରଣ ପାଇଁ ଅର୍ଥ ଖର୍ଚ୍ଚ କରିପାରିବେ । ରକ୍ଷାମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ମତେ ସଂସଦୀୟ ସଭ୍ୟମାନେ ଯେଉଁ ପ୍ରଶ୍ନ ପଚାରିଛନ୍ତି ମୁଁ ଏହାର ଉତ୍ତର ସଂସଦରେ ଦେବି ।

ସଂସଦର ସଦସ୍ୟଙ୍କ ସାମ୍ନାରେ ମେଜର ଜେନରାଲ ବିସି ଖୁଣ୍ଡାରି ଓ ସେନା ଉପମୁଖ୍ୟ ଲେପ୍ଟଲାଣ୍ଟ ଜେନରାଲ ସରତ ଚଣ୍ଡ କହିଛନ୍ତି ୨୦୧୮-୧୯ରେ ସେନାକୁ ଯେଉଁ ଅର୍ଥ ଦିଆଯାଇଥିଲା ତାହା ସେନାର ଅତି ଆବଶ୍ୟକ ଜରୁରୀକୁ ପୁରା କରିପାରିବନି । ଏଥିରେ ସେନାର ଆଧୁନିକକରଣ ବା କେମିତି ହେବ ।

ସମ୍ବନ୍ଧିତ ଖବର