ଭିଏଚ୍‌ପିର ପୂର୍ବ ଅଧ୍ୟକ୍ଷ ବିଷ୍ଣୁ ହରି ଡାଲମିଆଙ୍କ ପରଲୋକ

ନୂଆଦିଲ୍ଲୀ: ଭିଏଚ୍‌ପି (ବିଶ୍ବ ହିନ୍ଦୁ ପରିଷଦ)ର ପୂର୍ବତନ ଅଧ୍ୟକ୍ଷ ବିଷ୍ଣୁ ହରି ଡାଲମିଆଙ୍କର ଆଜି ୯୫ ବର୍ଷ ବୟସରେ ପରଲୋକ ଘଟିଛି। ରାମ ଜନ୍ମଭୂମି ଆନ୍ଦୋଳନର ଅନ୍ୟତମ ମୁଖ୍ୟ ପୁରୋଧା ଡାଲମିଆ ଶ୍ରୀରାମ ଜନ୍ମଭୂମି ନ୍ୟାସର ଜଣେ ଟ୍ରଷ୍ଟି ଏବଂ ବିଶ୍ବ ହିନ୍ଦୁ ପରିଷଦର କେନ୍ଦ୍ରୀୟ ପରାମର୍ଶଦାତା ବୋର୍ଡ ତଥା କେନ୍ଦ୍ରୀୟ  ମାର୍ଗଦର୍ଶକ ମଣ୍ଡଳର ମଧ୍ୟ ସଦସ୍ୟ ଥିଲେ। ଦେଶର ପ୍ରମୁଖ ଶିଳ୍ପପତି ଭାବେ ଜଣାଶୁଣା ଡାଲମିଆଙ୍କ ଜନ୍ମ ୬ ଜାନୁଆରି ୧୯୨୪ରେ ହୋଇଥିଲା। ସେ ବିଶ୍ବ ହିନ୍ଦୁ ପରିଷଦ ସହିତ ୧୯୭୯ରୁ ସଂପୃକ୍ତ ଥିଲେ। ବୟସାଧିକ୍ୟ ହେତୁ ଅସୁସ୍ଥ ହୋଇପଡ଼ିଥିବା ଡାଲମିଆ  କିଛି ଦିନ ପୂର୍ବେ ଆପୋଲରେ ଚିକିତ୍ସାଧୀନ ଥିଲେ। ତେବେ ଗତ ଜାନୁଆରି ୧୩ ତାରିଖରେ ତାଙ୍କୁ ନୂଆଦିଲ୍ଲୀ ସ୍ଥିତ ତାଙ୍କ ବାସଭବନକୁ ଅଣାଯାଇଥିବାବେଳେ ଆଜି ତାଙ୍କର ପରଲୋକ ଘଟିଛି ।   ଦିଲ୍ଲୀ ସ୍ଥିତ ନିଗମ ବୋଧ ଘାଟରେ ଆଜି ଅପରାହ୍ନରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଛି।

ସମ୍ବନ୍ଧିତ ଖବର