ନୂଆଦିଲ୍ଲୀ: କେନ୍ଦ୍ର ସରକାର ଜାରି କରିଥିବା ସମସ୍ତ କୋଭିଡ୍‌ କଟକଣା ମାର୍ଚ ୩୧ ତାରିଖରୁ ଉଠାଇ ଦିଆଯିବ କିନ୍ତୁ, ସର୍ବସାଧାରଣ ସ୍ଥାନଗୁଡ଼ିକରେ ମାସ୍କ ପରିଧାନ ପୂର୍ବ ଭଳି ଚାଲୁ ରହିବ ବୋଲି ଆଜି କେନ୍ଦ୍ର ସରକାର କହିଛନ୍ତି।

Advertisment

ଆଜି ଗୃହ ମନ୍ତ୍ରାଳୟ କହିଛି ଯେ, କୋଭିଡ୍‌-ସୁରକ୍ଷା କଟକଣା ନିମନ୍ତେ ଆଉ ‘ବିପର୍ଯ୍ୟୟ ପରିଚାଳନା ଆଇନ’ ଲାଗୁ ହେବ ନାହିଁ। କିନ୍ତୁ, ସର୍ବସାଧାରଣ ସ୍ଥାନଗୁଡ଼ିକରେ ତଥାପି ମାସ୍କ୍‌ ପିନ୍ଧିବାକୁ ପଡ଼ିବ।

publive-image Image Courtesy of The Times of India

ଚୀନ୍‌, ଦକ୍ଷିଣ କୋରିଆ, ଭିଏତ୍‌ନାମ୍‌, ଫ୍ରାନ୍ସ୍‌ ଏବଂ ଜର୍ମାନିରେ ‘ଓମିକ୍ରନ୍‌ ଭେରିଏଣ୍ଟ୍‌’ର ‘ସବ୍‌ ଭେରିଏଣ୍ଟ୍‌’ ‘ବିଏ.୨’ ସଂକ୍ରମଣ ତେଜୁଥିବା ବେଳେ କେନ୍ଦ୍ର ସରକାର ଉପରୋକ୍ତ ନିଷ୍ପତ୍ତି ଗ୍ରହଣ କରିଛନ୍ତି। କିନ୍ତୁ, ଏହି ରୋଗ ଦମନ କ୍ଷେତ୍ରରେ ଭାରତ ଯଥେଷ୍ଟ ଉନ୍ନତ ସ୍ଥାନରେ ରହିଛି। ଭାରତର ଟିକାକରଣ ଅଭିଯାନ ମଧ୍ୟ ସୁଦୃଢ଼ ହୋଇ ଚାଲିଛି।

publive-image Image Courtesy of India Today

କେନ୍ଦ୍ର ସ୍ବାସ୍ଥ ମନ୍ତ୍ରାଳୟ ୱେବ୍‌ସାଇଟ୍‌ ଅନୁସ‌ାରେ, ବୁଧବାର ସକାଳ ୮ଟା ସୁଦ୍ଧା ସମୁଦାୟ ୧,୮୧,୮୯,୧୫,୨୩୪ ଡୋଜ୍‌ ଟିକା ଦିଆ ସରିଛି। ଏହାଛଡ଼ା, ‘ଦି ନ୍ୟାସ୍‌ନାଲ୍‌ ଟେକ୍ନିକାଲ୍‌ ଆଡ୍‌ଭାଇଜରି ଗ୍ରୁପ୍‌ ଅନ୍‌ ଇମ୍ୟୁନାଇଜେସନ୍’ ମଧ୍ୟ ଦୁଇ ଡୋଜ୍‌ ‘କୋଭିସିଲ୍‌ଡ୍‌’ ଟିକା ଡୋଜ୍‌ ମଧ୍ୟରେ ଥିବା ବ୍ୟବଧାନ ହ୍ରାସ କରାଇଛନ୍ତି। ପ୍ରଥମ ଡୋଜ୍‌ ‘କୋଭିସିଲ୍‌ଡ୍‌’ ଟିକା ନେବାର ୮ ରୁ ୧୬ ସପ୍ତାହ ମଧ୍ୟରେ ଦ୍ବିତୀୟ ଡୋଜ୍‌ ନେଇ ହେବ। ଏହାଛଡ଼ା, ଏବେ ଭାରତରେ ୧୨ରୁ ଊର୍ଦ୍ଧ୍ବ ବୟସ୍କ ପିଲାମାନଙ୍କୁ ବି ଟିକା ଦିଆଯାଉଛି।