ଆଉ ଶ୍ରୀଲଙ୍କାକୁ କୌଣସି ଅତିରିକ୍ତ ଆର୍ଥିକ ସହାୟତା ଦେବନି ଭାରତ

ନୂଆଦିଲ୍ଲୀ : ଶ୍ରୀଲଙ୍କାକୁ ଆଉ କୌଣସି ଅତିରିକ୍ତ ଆର୍ଥିକ ସହାୟତା ଦିଆଯିବ ନାହିଁ ବୋଲି ଭାରତ ସ୍ପଷ୍ଟ କରିଦେଇଛି । ଭାରତ ଏପର୍ଯ୍ୟନ୍ତ ଶ୍ରୀଲଙ୍କାକୁ ୩.୮ ବିଲିୟନ ଡଲାର ମୂଲ୍ୟର ଆର୍ଥିକ ସହାୟତା ପ୍ରଦାନ କରିସାରିଛି ।

ସରକାରୀ ସୁତ୍ରରୁ ଜଣାପଡ଼ିଛି ଯେ ଭାରତ ଏପର୍ଯ୍ୟନ୍ତ ଦେଇଥିବା ୩.୮ ବିଲିୟନ ଡଲାର ଆର୍ଥିକ ସହାୟତା ବାଦ ଆଉ କୌଣସି ସହାୟତା ଦିଆଯିବ ନାହିଁ । ଦେଶ ଯେ ସବୁବେଳେ ସହାୟତା ଦେଇଚାଲିଥିବ, ଏପରି ନୁହେଁ । ଏବେ ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମଏଫ୍)ର ପାଳି ।

ପୂର୍ବରୁ ଭାରତ ସରକାର ମଧ୍ୟ ଏ ସଂପର୍କରେ ଶ୍ରୀଲଙ୍କା ସରକାରଙ୍କୁ ଜଣାଇ ଦେଇସାରିଥିଲେ । ଆଇଏମଏଫରୁ ଋଣ ପାଇଁ ଶ୍ରୀଲଙ୍କା ସରକାର ଚୁକ୍ତି ସ୍ବାକ୍ଷର କରିବା ପରେ ଶ୍ରୀଲଙ୍କା ନିକଟକୁ କିଛି ବିଦେଶୀ ମୁଦ୍ରା ଆସିବାର ପଥ ପରିଷ୍କାର ହୋଇଛି ।

ସୂଚନାଯୋଗ୍ୟ ଯେ, ଶ୍ରୀଲଙ୍କା ଏବେ ୧୯୪୮ରେ ନିଜର ସ୍ବାଧୀନତା ପରଠାରୁ ସବୁଠାରୁ ବଡ଼ ସଂକଟ ଦେଇ ଗତିକରୁଛି । ଖାଦ୍ୟ, ଔଷଧ, ପେଟ୍ରୋଲିୟମ ଓ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସାମଗ୍ରୀ ପାଇଁ ଏହି ଦେଶର ଲୋକମାନେ ସଂଘର୍ଷ କରୁଛନ୍ତି । ଜନ ଆନ୍ଦୋଳନ ଫଳରେ ତତକାଳୀନ ରାଷ୍ଟ୍ରପତି ଟୋଗାବାୟା ରାଜପକ୍ଷେ ଗତ ଜୁଲାଇ ୧୩ ତାରିଖରେ ଶ୍ରୀଲଙ୍କାଛାଡି ମାଳଦ୍ବୀପ ପଳାଇଯାଇଥିଲେ । ସେଠାରେ ଦୁଇ ଦିନ ରହିବା ପରେ ସେ ସିଂଗାପୁର ପଳାଇଯାଇଥିଲେ । ଏହା ପରେ ରାନିଲ ବିକ୍ରମସିଂଘେଙ୍କୁ ନୂଆ ରାଷ୍ଟ୍ରପତି କରାଯାଇଥିଲା ।

ସମ୍ବନ୍ଧିତ ଖବର