ନୂଆଦିଲ୍ଲୀ: ସୁପ୍ରିମ୍କୋର୍ଟ ନିକଟରେ ଦେଇଥିବା କେତେକ ରାୟ ଉପରେ ଅସନ୍ତୋଷ ପ୍ରକାଶ କରି ରାଜ୍ୟସଭା ସଦସ୍ୟ ତଥା ବରିଷ୍ଠ ଓକିଲ କପିଲ ସିବଲ କହିଛନ୍ତି ଯେ ଏ ଅନୁଷ୍ଠାନ ଉପରୁ ସେ ଆଶା ହରାଇ ଦେଇଛନ୍ତି। ସିବଲ କହିଛନ୍ତି- ତୁମେ ଯଦି ଭାବୁଥାଅ ସୁପ୍ରିମ୍କୋର୍ଟରୁ ଆଶ୍ବସ୍ତି ମିଳିବ, ତେବେ ତୁମେ ମସ୍ତବଡ଼ ଭୁଲ୍ କରୁଛ। ମୁଁ ଏକଥା କହୁଛି ସୁପ୍ରିମ୍କୋର୍ଟରେ ୫୦ ବର୍ଷ ଧରି ଓକିଲାତି କରିବା ପରେ। ଯଦି ସର୍ବୋଚ୍ଚ ଅଦାଲତ କୌଣସି ଦିଗ-ପରିବର୍ତ୍ତନକାରୀ ରାୟ ବି ଦିଅନ୍ତି, ତେବେ ତାହା କ୍ବଚିତ୍ ଭୂମିଜ ବାସ୍ତବତାକୁ ବଦଳାଇପାରୁଛି। ସିବଲ କହିଲେ, ଚଳିତବର୍ଷ ସୁପ୍ରିମ୍କୋର୍ଟରେ ମୋର ଓକିଲାତି କରିବାର ୫୦ ବର୍ଷ ପୂର୍ଣ୍ଣ ହେବ। ଏହା ପରେ ବି ମୁଁ ଅନୁଭବ କରୁଛି ଏ ଅନୁଷ୍ଠାନ ଉପରେ ଆଉ କୌଣସି ଆଶା ନାହିଁ। ସୁପ୍ରିମ୍କୋର୍ଟ ବ୍ୟକ୍ତିଗତ ଗୋପନୀୟତା (ପ୍ରାଇଭେସି) ଉପରେ ରାୟ ଦେଉଛନ୍ତି ଏବଂ ଇଡି ଆପଣଙ୍କ ଘରେ ପଶୁଛି। ବ୍ୟକ୍ତିଗତ ଗୋପନୀୟତା କୋଉଠି ରହିଲା? ଶନିବାର ବିଚାରବିଭାଗୀୟ ଉତ୍ତରଦାୟିତ୍ବ ଓ ସଂସ୍କାର ପାଇଁ ଅଭିଯାନ (ସିଜେଏଆର୍), ନାଗରିକ ସ୍ବାଧୀନତା ପାଇଁ ଜନସଂଘ (ପିୟୁସିଏଲ୍) ଓ ଜାତୀୟ ଜନ-ଆନ୍ଦୋଳନ ସଂଘ (ଏନ୍ଏପିଏମ୍) ପକ୍ଷରୁ ନୂଆଦିଲ୍ଲୀଠାରେ ଆୟୋଜିତ ‘ଜୁଡ଼ିସିଆଲ୍ ରୋଲ୍ବ୍ୟାକ୍ ଅଫ୍ ସିଭିଲ୍ ଲିବର୍ଟିଜ୍’ ଉପରେ ଆଲୋଚନାରେ ଭାଗ ନେଇ ସିବଲ ଏହା କହିଥିଲେ। ୨୦୦୨ ଗୁଜରାଟ ଦଙ୍ଗା ମାମଲାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଏସ୍ଆଇଟି କ୍ଳିନ୍ଚିଟ୍ ଦେବା ବିରୋଧରେ ଜାକିଆ ଜାଫ୍ରିଙ୍କ ଆବେଦନକୁ ସୁପ୍ରିମ୍କୋର୍ଟ ଖାରଜ କରିଦେବା ଘଟଣାରେ ସିବଲ ଅସନ୍ତୋଷ ବ୍ୟକ୍ତ କରିଛନ୍ତି।
ସୁପ୍ରିମ୍କୋର୍ଟ ଉପରେ ଆଉ କୌଣସି ଆଶା ନାହିଁ: ସିବଲ
/sambad/media/post_attachments/wp-content/uploads/2022/08/kapil-sibal.jpeg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)