ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ ସରାକରଙ୍କ ବଡ ନିଷ୍ପତ୍ତି । ସାମାଜିକ ଗଣମାଧ୍ୟମ ଉପରେ ଲାଗିଲା ରୋକ । ୧୬ ବର୍ଷରୁ କମ୍ ପିଲାଙ୍କ ପାଇଁ ସୋସିଆଲ ମିଡିଆକୁ ନିଷିଦ୍ଧ କରିବାକୁ ପଦକ୍ଷେପ ନେଇଛନ୍ତି ଅଷ୍ଟ୍ରେଲିଆ ପ୍ରଶାସନ । ଫେସବୁକ, ଟିକଟିକ୍ ଏବଂ ଇନଷ୍ଟାଗ୍ରାମ ଭଳି ପ୍ଲାଟଫର୍ମ ବ୍ୟବହାର କରିପାରିବେନି ୧୬ ବର୍ଷରୁ କମ୍ ବୟସର ପିଲା । ଆଉ ଯଦି ବ୍ୟବହାର କରନ୍ତି ତେବେ ଜରିମାନା ଦେବାକୁ ପଡିବ ବୋଲି ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଆଲବାନାନ୍ କହିଛନ୍ତି ।
ପ୍ରଧାନମନ୍ତ୍ରୀ ଆନ୍ଥୋନି ଆଲବାନାନ୍ ଗୁରୁବାର କହିଛନ୍ତି ଯେ ୧୬ ବର୍ଷରୁ କମ୍ ପିଲାଙ୍କୁ ସୋସିଆଲ ମିଡିଆରୁ ନିଷିଦ୍ଧ କରିବା ପାଇଁ ଅଷ୍ଟ୍ରେଲିଆ ନୂଆ ଆଇନ ପ୍ରଣୟନ କରିବ । ଫେସବୁକ୍, ଟିକ୍ଟକ୍ ଏବଂ ଇନଷ୍ଟାଗ୍ରାମ ଭଳି ପ୍ଲାଟଫର୍ମ ବୟସ ନିଷେଧାଦେଶ ଲାଗୁ କରିବାକୁ ସେମାନଙ୍କୁ ପଡିବ ଏବଂ ଏଥିରେ ବିଫଳ ହେଲେ ମୋଟା ଅଙ୍କର ଜରିମାନା ଆଦାୟ କରାଯିବ ବୋଲି ଆଲବାନିସ୍ କହିଛନ୍ତି । ଚଳିତ ବର୍ଷ ପ୍ରାରମ୍ଭରେ ଅଷ୍ଟ୍ରେଲିଆ ସରକାର ପ୍ରଥମେ ସୋସିଆଲ ମିଡିଆ ବୟସ ସୀମା ଧାର୍ଯ୍ୟ କରିଥିଲେ ଏବଂ ଏହି ଧାରଣାକୁ ସାଂସଦମାନଙ୍କ ମଧ୍ୟରେ ବ୍ୟାପକ ସମର୍ଥନ ମିଳିଥିଲା ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/14/2025-07-14t130310706z-502487809_3832857453524870_6306522069312104664_n-2025-07-14-18-33-09.jpg)
/sambad/media/media_files/2024/11/07/NtBvqxvtZaCZ1KAgZlXM.jpg)