‘ରାମ ଜନ୍ମଭୂମି’ ଫିଲ୍ମର ପ୍ରଦର୍ଶନ ଉପରେ ନିଷୋଧାଜ୍ଞା ଜାରି କରିବାକୁ ମନା କଲେ ସର୍ବୋଚ୍ଚ ନ୍ୟାୟାଳୟ

ନୂଆଦିଲ୍ଲୀ: ରାମ ଜନ୍ମଭୂମି ପ୍ରସଙ୍ଗ ଉପରେ ଆଧାରିତ ଦିନ୍ଦୀ ସିନେମା ‘ରାମ ଜନ୍ମଭୂମି’ ଫିଲ୍ମର ପ୍ରଦର୍ଶନ ଉପରେ ନିଷୋଧାଜ୍ଞା ଜାରି କରିବାକୁ ସର୍ବୋଚ୍ଚ ନ୍ୟାୟାଳୟ ମନା କରିଛନ୍ତି । ରାମ ଜନ୍ମଭୂମି ଫିଲ୍ମ ପ୍ରଦର୍ଶନ ଉପରେ ନିଷୋଧାଜ୍ଞା ଜାରି କରିବାକୁ କରାଯାଇଥିବା ଆଦେନକାରୀ ଦର୍ଶାଇଥିଲେ ଯେ , ଏହା ଦ୍ୱାରା ଅଯୋଧ୍ୟା ଭୂମି ବିବାଦରେ ଜାରି ହୋଇଥିବା ସର୍ବୋଚ୍ଚ ନ୍ୟାୟାଳୟଙ୍କ ପକ୍ଷରୁ ଆରମ୍ଭ କରାଯାଇଥିବା ମଧ୍ୟସ୍ଥତା ପ୍ରକ୍ରିୟା ଠିକ୍‌ ଭାବେ ଚାଲିପାରିବ ନାହିଁ। ଏହାର ପ୍ରଭାବ ପଡ଼ିପାରେ ବୋଲି ସେ କହିଥିଲେ।

                                                  photo- newsclick

ସର୍ବୋଚ୍ଚ ନ୍ୟାୟାଳୟ ଏହି ମାମଲାୟର ଶୁଣାଣି କରି କହିଛନ୍ତି, ଅଯୋଧ୍ୟା ମାମଲାରେ ମଧ୍ୟସ୍ଥତା ପ୍ରକ୍ରିୟା ଏବଂ ଫିଲ୍ମ ପ୍ରଦର୍ଶନ ମଧ୍ୟରେ କୌଣସି ସଂପର୍କ ନାହିଁ । ଏହି ଫିଲ୍ମକୁ ନେଇ ଦାୟର ହୋଇଥିବା ଆଦେନଉପରେ ଦୁଇ ସପ୍ତାହ ପରେ ପୁଣି ଶୁଣାଣି କରାଯିବ ବୋଲି ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି । ଏହି ମାମଲାର ବିଚାର କରୁଛନ୍ତି ଜଷ୍ଟିସ୍‌ ଏମ୍‌ ଏ ବୋବଡେ ଏବଂ ଏସ୍‌ ଅବଦୁଲ ନଜିର । ରାମ ଜନ୍ମଭୂମି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ଓ୍ଵାସିମ୍‌ ରିଜଭି ।

ସମ୍ବନ୍ଧିତ ଖବର