ଏଣିକି ସର୍ବସାଧାରଣ ସ୍ଥାନ ଓ ପାର୍କରେ ନମାଜ ପାଠ ମନା !

ନୋଇଡ଼ା (ଉତ୍ତରପ୍ରଦେଶ): ମୁସଲମାନ ସଂପ୍ରଦାୟର ବ୍ୟକ୍ତି ବିଶେଷ ଏଣିକି ସର୍ବସାଧାରଣ ସ୍ଥାନରେ, ଏପରିକି ପାର୍କରେ ନମାଜ ପାଠ କରିପାରିବେ ନାହିଁ। ନମାଜ ପାଠ କେବଳ ମାତ୍ର ମସଜିଦ୍‌, ଦର୍‌ଘା, କର୍ଯ୍ୟାଳୟ ଓ ଘରୋଇ ପରିସର ମଧ୍ୟରେ ହିଁ ସୀମିତ ରହିବ। ଯଦି କେହି ସର୍ବସାଧାରଣ ସ୍ଥାନରେ ନମାଜ ପାଠ କରୁଥିବାର ଦୃଷ୍ଟିକୁ ଆସନ୍ତି, ତେବେ ତାଙ୍କ ବିରୋଧରେ ଏବଂ ସେ କାର୍ଯ୍ୟ କରୁଥିବା ସଂସ୍ଥା ବିରୋଧରେ ଆଇନ୍‌ଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଉତ୍ତରପ୍ରଦେଶ ପୁଲିସ୍‌ ପ୍ରଶାସନ ପକ୍ଷରୁ ଏକ ନିର୍ଦ୍ଦେଶନାମା ଜାରି କରାଯାଇଛି।

ପ୍ରଥମ ପର୍ଯ୍ୟାୟରେ ଉତ୍ତରପ୍ରଦେଶ ପୁଲିସ୍‌ ପ୍ରଶାସନ ପକ୍ଷରୁ ଏକ ନିର୍ଦ୍ଦେଶନାମାକୁ ନୋଏଡ଼ା ଶିଳ୍ପାଞ୍ଚଳରେ କଡ଼ାକଡ଼ି ଭାବେ କାର୍ଯ୍ୟକାରୀ କରାଯିବାକୁ ନିଷ୍ପତ୍ତି ହୋଇଛି। କାରଣ, ନୋଇଡ଼ା ଶିଳ୍ପାଞ୍ଚଳରେ ଥିବା କାରଖାନାଗୁଡ଼ିକରେ କାର୍ଯ୍ୟରତ ମୁସଲମାନ ଶ୍ରମିକମାନେ ଶୁକ୍ରବାର ଦିନ ସେମାନଙ୍କର ମଧ୍ୟାହ୍ନ ନମାଜକୁ ବିଭିନ୍ନ ପାର୍କ ବା ସେହିପରି କିଛି ସର୍ବସାଧାରଣ ସ୍ଥାନରେ ସଂପନ୍ନ କରୁଥିଲେ।

କିନ୍ତୁ ଏହି ନିର୍ଦ୍ଦେଶନାମା ପରେ ଏଣିକି, ନମାଜ ପାଠ କେବଳ ମାତ୍ର ମସଜିଦ୍‌, ଦର୍‌ଘା, କର୍ଯ୍ୟାଳୟ ଓ ଘରୋଇ ପରିସର ମଧ୍ୟରେ ହିଁ ସୀମିତ ରହିବ। ଯଦି କେହି ପାକଁ ପରି ସର୍ବସାଧାରଣ ସ୍ଥାନରେ ନମାଜ ପାଠ କରୁଥିବାର ଦୃଷ୍ଟିକୁ ଆସନ୍ତି, ତେବେ ତାଙ୍କ ବିରୋଧରେ ଏବଂ ସେ କାର୍ଯ୍ୟ କରୁଥିବା ସଂସ୍ଥା ବିରୋଧରେ ଆଇନ୍‌ଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଉତ୍ତରପ୍ରଦେଶ ପୁଲିସ୍‌ ପ୍ରଶାସନ ପକ୍ଷରୁ ସତର୍କ କରାଇ ଦିଆଯାଇଛି।

ଏହି ନୋଟିସ ଜାରି ହେବା ମାତ୍ରେ କେତେକ ସଂସ୍ଥା ନିଜ ନିଜର ମୁସଲମାନ୍‌ କର୍ମଚାରୀମାନଙ୍କୁ କାର୍ଯ୍ୟାଳୟ ବାହାରେ କୌଣସି ଖୋଲା ଜାଗାରେ ନମାଜ ନ ପଢିବାକୁ ନିର୍ଦ୍ଦେଶ ଦେଇଛନ୍ତି। ନୋଏଡ଼ା ପୁଲିସର କହିବା ଅନୁଯାୟୀ ସଦ୍‌ଭାବ ବଜାୟ ରଖିବା ଲାଗି ଏଭଳି ନିଷ୍ପତ୍ତି ନିଆଯାଇଛି। ସେକ୍ଟର-୫୮ ଥାନା ଅଧିକାରୀ ପଙ୍କଜ ରାୟଙ୍କ କହିବା ଅନୁଯାୟୀ ତାଙ୍କ ଅଞ୍ଚଳରେ ପାର୍କରେ ନମାଜ୍‌ ପଢୁଥିବାର ଅଭିଯୋଗ ଆସୁଥିଲା। ଏଣୁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଥିବା ସେ କହିଛନ୍ତି।

ସମ୍ବନ୍ଧିତ ଖବର