କରୋନାଭାଇରସ୍ ବାୟୁବାହୀ ହେବାର ଅନୁସନ୍ଧାନକୁ ନେଇ ଭୟଭୀତ ହେବାର ଆବଶ୍ୟକତା ନାହିଁ: ବିଶେଷଜ୍ଞ

ନୂଆଦିଲ୍ଲୀ: ୨୦୦ରୁ ଅଧିକ ବୈଜ୍ଞାନିକଙ୍କ ଦ୍ବାରା ଦର୍ଶାଯାଇଥିବା ଅଧ୍ୟୟନ ଅନୁଯାୟୀ କରୋନାଭାଇରସ୍ ବାୟୁବାହୀ । ଏହା ବାୟୁ ମାଧ୍ୟମରେ ଲୋକଙ୍କୁ ସଂକ୍ରମିତ କରେ । ଏହି ଅଧ୍ୟୟନ ସାମ୍ନାକୁ ଆସିବା ପରେ ଲୋକେ ଭୟଭୀତ ହୋଇପଡ଼ିଥିଲେ। ତେବେ କରୋନାଭାଇରସ୍ ବାୟୁବାହୀ ହେବାର ଅନୁସନ୍ଧାନକୁ ନେଇ ଭୟଭୀତ ହେବାର ଆବଶ୍ୟକତା ନାହିଁ ବୋଲି ବିଶେଷଜ୍ଞ କହିଛନ୍ତି । ତାଙ୍କ କହିବା ମୁତାବକ,ଏହା ବାୟୁରେ କୌଣସି ସ୍ଥାନରେ ‘ଅସ୍ଥାୟୀ ଭାବରେ’ ଥାଇପାରେ । କିନ୍ତୁ ଏହାର ଅର୍ଥ ନୁହେଁ ଯେ, କରୋନ ଭୂତାଣୁ କଣିକା ବାୟୁରେ ଚାରି ଆଡ଼େ ଉଡ଼ୁଛି ଏବଂ ଏହା ସମସ୍ତଙ୍କୁ ସଂକ୍ରମିତ କରିବ।

ତେଣୁ ଭୟଭୀତ ନ ହୋଇ ସତର୍କ ରୁହନ୍ତୁ । ଅଧିକ ସମୟ ପାଇଁ ମାସ୍କ ପିନ୍ଧିବା ସହ ଭୂତଣେୁଠାରୁ ନିଜକୁ ଦୂରେଇ ରଖିବା ପାଇଁ ସାମାଜିକ ଦୂରତା ଭଳି ସତର୍କତା ଅବଲମ୍ବନ କରନ୍ତୁ ବୋଲି ବୋଲି ସିଏସଆର-ସେଣ୍ଟର ଫର ସେଲୁଲାର ଏବଂ ମଲିକୁଲାର ବାୟୋଲୋଜି (ସିସିଏମବି) ର ନିର୍ଦ୍ଦେଶକ ରାକେଶ ମିଶ୍ର କହିଛନ୍ତି। ସେ କହିଛନ୍ତି ଯେ, କରେନା ଭୂତାଣୁ କିଛି ସମୟ ପାଇଁ ବାୟୁବାହୀ ‌ହୋଇପାରେ । ଜଣେ ଲୋକ କାଶିଲେ ବା ଛିଙ୍କିଲେ ସେଥିରୁ ବାହାରୁଥିବା ବୁନ୍ଦା ବାୟୁମଣ୍ଡଳକୁ ଯାଉଥିଲେ ମଧ୍ୟ ଏହାର ଆକାର ଛୋଟ ଥିବାରୁ ଏହା ବେଶି ସମୟ ପାଇଁ ବାୟୁମଣ୍ଡଳରେ ଜୀବିତ ରହିପାରେ ନାହିଁ । ସେଥିପାଇଁ ଜଣେ ଲୋକକୁ ନିଜକୁ ସଂକ୍ରମଣରୁ ରକ୍ଷା କରିବା ପାଇଁ ଅଧିକ ସମୟ ପର୍ଯ୍ୟନ୍ତ ମାସ୍କ ପିନ୍ଧିବାକୁ ପଡ଼ିବ ଏବଂ ସାମାଜିକ ଦୂରତା ଅବଲମ୍ବନ କରିବାକୁ ହେବ ।

No need for panic over research of coronavirus being airborne ...
Deccan Herald

ସୂଚନା ମୁତାବକ, ଏହି ଶ୍ବାସପ୍ରଶ୍ବାସଜନିତ ‌ରୋଗ ବାୟୁବାହିତ ହୋଇ ଲୋକମାନଙ୍କ ଦେହକୁ ବ୍ୟାପୁଛି ବୋଲି ୨୩୯ଜଣ ବୈଜ୍ଞାନିକ ପ୍ରମାଣ କରିବା ସହ କୋଭିଡ୍-୧୯ ସଂକ୍ରମଣ ଗାଇଡାନ୍‌ସ୍ ନବୀକରଣ କରିବାକୁ ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ ନିକଟରେ ଦାବି କରିଥିଲେ। ଏ ନେଇ ଆଜି ନୋବେଲ କରୋନାଭାଇରସ୍‌ ବାୟୁ ଦ୍ବାରା ବ୍ୟାପୁଥିବା ପ୍ରମାଣକୁ ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ ସ୍ବୀକାର କରିଛି।

ସମ୍ବନ୍ଧିତ ଖବର