ପୁନେ : ମହାରାଷ୍ଟ୍ର ରାଜନୈତିକ ସଙ୍କଟ ପ୍ରସଙ୍ଗରେ ସୁପ୍ରିମକୋର୍ଟଙ୍କ ରାୟ ଆସିବାପରେ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍ରେ ଗତକାଲି କହିଥିଲେ, ସେ ନୈତିକତା ଦୃଷ୍ଟିରୁ ଇସ୍ତଫା ଦେଇଥିଲେ। ଏକନାଥ ସିନ୍ଦେ ମଧ୍ୟ ନୈତିକତା ଦୃଷ୍ଟିରୁ ଇସ୍ତଫା ଦେବା ଉଚିତ। ତେବେ ଆଜି ଏହି ପ୍ରସଙ୍ଗରେ ଏନ୍ସିପି ନେତା ଅଜିତ ପାୱାର ଏକନାଥ ସିନ୍ଦେଙ୍କୁ କଟାକ୍ଷ କରିଛନ୍ତି।
ଅଜିତ ପାୱାର କହିଛନ୍ତି, ନୈତିକତା ଦୃଷ୍ଟିକୋଣରୁ ଏବେ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ଇସ୍ତଫା ଦାବି କରିବାର କିଛି ଆବଶ୍ୟକତା ନାହିଁ। ଆମେ ଏକଥା ଭଲଭାବେ ଜାଣୁ ଯେ ସେ ତାଙ୍କ ସ୍ବପ୍ନରେ ବି ଇସ୍ତଫା ଦେବେ ନାହିଁ। ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ସହ ଏବଂ ବର୍ତ୍ତମାନ ସମୟର ଲୋକଙ୍କ ମଧ୍ୟରେ ବହୁତ ତଫାତ୍ ଅଛି । ପରବର୍ତ୍ତୀ ବିଧାନସଭା ନିର୍ବାଚନ ଜୁଲାଇରେ ହେବ। ଆମେ ଏହି ସମୟରେ ଆମର ଅଧିକାର ବ୍ୟବହାର କରିବୁ ବୋଲି ଅଜିତ ପାୱାର କହିଛନ୍ତି।