ନୈନିତାଲ ଓ ଋଷିକେଶ ଯିବାକୁ ଚାଁହୁଥିଲେ ଆବଶ୍ୟକ ନାହିଁ କୋଭିଡ ନେଗେଟିଭ ରିପୋର୍ଟ କିମ୍ବା କ୍ଵାରେଣ୍ଟିନ ନିୟମ

ନୈନିତାଲ: ଉତ୍ତରାଖଣ୍ଡ ବୁଲିବାକୁ ଇଚ୍ଛା ଥିଲେ ଏହା ଆପଣଙ୍କ ପାଇଁ ଖୁସି ଖବର ସାବ୍ୟସ୍ତ ହୋଇପାରେ | କାରଣ ବାହାର ରାଜ୍ୟରୁ ଆସୁଥିବା ପର୍ଯ୍ୟଟକଙ୍କ ପାଇଁ ଉତ୍ତରାଖଣ୍ଡ ସରକାର ନୂତନ ନିୟମ ଜାରି କରିଛନ୍ତି। ରାଜ୍ୟ ସରକାର ପର୍ଯ୍ୟଟକଙ୍କ ପାଇଁ କୋଭିଡ ନେଗେଟିଭ ରିପୋର୍ଟ ଏବଂ ହୋଟେଲରେ ରହିବା ନିୟମରେ ପରିବର୍ତ୍ତନ କରିଛନ୍ତି | ଅର୍ଥାତ ବର୍ତ୍ତମାନ ଯେ କୌଣସି ପର୍ଯ୍ୟଟକ କରୋନା ରିପୋର୍ଟ ବିନା ଉତ୍ତରାଖଣ୍ଡ ବୁଲିବାକୁ ଆସିପାରିବେ | ସେହିପରି ଆପଣଙ୍କୁ କ୍ଵାରେଣ୍ଟିନରେ ରହିବାକୁ ମଧ୍ୟ ବାଧ୍ୟ କରାଯିବ ନାହିଁ |

photo-travel traingle

ଏଥିପାଇଁ କିନ୍ତୁ ସ୍ମାର୍ଟ ସିଟି ଡେରାଡୁନ ୱେବସାଇଟରେ ପଞ୍ଜିକରଣ କରିବାକୁ ପଡିବ | ଆଜିଠାରୁ ଏହି ନୂତନ ବ୍ୟବସ୍ଥା କାର୍ଯ୍ୟକାରୀ ହୋଇଥିବାବେଳେ ସରକାରଙ୍କ ଏହି ନିଷ୍ପତ୍ତି ଯୋଗୁଁ ପର୍ଯ୍ୟଟନ ଶିଳ୍ପ ସହିତ ଜଡିତ ବ୍ୟବସାୟୀଙ୍କ ମଧ୍ୟରେ ନୂତନ ଆଶା ସୃଷ୍ଟି ହୋଇଛି। କରୋନା ସଂକ୍ରମଣକୁ ରୋକିବା ପାଇଁ ପୂର୍ବରୁ ଜାରି କରାଯାଇଥିବା ଆଦେଶରେ, ଆଇସିଏମଆର ସ୍ୱୀକୃତିପ୍ରାପ୍ତ ଲ୍ୟାବରୁ ଆରଟି- ପିସିଆର କୋଭିଡ ପରୀକ୍ଷାର ନେଗେଟିଭ ରିପୋର୍ଟ ମିଳିବା ପରେ ହିଁ ବାହାର ରାଜ୍ୟରୁ ପର୍ଯ୍ୟଟକଙ୍କୁ ରାଜ୍ୟକୁ ପ୍ରବେଶ କରିବାକୁ ଅନୁମତି ଦିଆଯାଇଥିଲା।

ତେବେ ହୋଟେଲ, ରେଷ୍ଟୁରାଣ୍ଟ ଅପରେଟରମାନେ ଥର୍ମାଲ୍ ସ୍କ୍ରିନିଂ, ସାନିଟାଇଜେସନ୍ ଏବଂ ଅନ୍ୟାନ୍ୟ ପ୍ରୋଟୋକଲ୍ ଅନୁସରଣ କରିବାକୁ ପଡିବ | ଏଭଳି ପରିସ୍ଥିତିରେ ଯଦି କୌଣସି ପର୍ଯ୍ୟଟକ କରୋନା ସଂକ୍ରମିତ ଜଣାପଡନ୍ତି, ତେବେ ତୁରନ୍ତ ସ୍ଥାନୀୟ ପ୍ରଶାସନକୁ ଜଣାଇବାକୁ ପଡିବ।

ସମ୍ବନ୍ଧିତ ଖବର