ଏନଆରସି ଯୋଗୁଁ କୌଣସି ଭାରତୀୟଙ୍କ ପ୍ରତି ଅନ୍ୟାୟ ହେବ ନାହିଁ : ମୋଦି

ନୂଆଦିଲ୍ଲୀ : ଜାତୀୟ ଜନସଂଖ୍ୟା ରେଜିଷ୍ଟାର (ଏନଆରସି) ଯୋଗୁଁ କୌଣସି ଭାରତୀୟଙ୍କ ପ୍ରତି ଅନ୍ୟାୟ କରାଯିବ ନାହିଁ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ପଷ୍ଟ କରିଦେଇଛନ୍ତି । ଆଜି ଆସାମର ସିଲଚରଠାରେ ସେ କହିଛନ୍ତି ଯେ ଏନଆରସି ଯୋଗୁଁ ଲୋକମାନେ ସମସ୍ୟାର ସମ୍ମୁଖୀନ ହେଉଥିବା ସଂପର୍କରେ ସେ ଅବଗତ ଅଛନ୍ତି । କିନ୍ତୁ ଏହା ଫଳରେ ଜଣେ େହେଲେ ଭାରତୀୟଙ୍କ ପ୍ରତି ଅନ୍ୟାୟହେବାକୁ ଦିଆଯିବ ନାହିଁ ବୋଲି ସେ କହିଛନ୍ତି ।

ଅନ୍ୟପକ୍ଷରେ ଆସାମ ଛଡା ବର୍ତ୍ତମାନ ସୁଦ୍ଧା ଅନ୍ୟ କୌଣସି ରାଜ୍ୟରେ ନ୍ୟାସନାଲ ରେଜିଷ୍ଟର ଅଫ ସିଟିଜେନ୍ସ ବା ଏନଆରସି ଲାଗୁ କରିବାର ଯୋଜନା ନାହିଁ ବୋଲି ସୂଚନା ଦେଇଛନ୍ତି କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ହଂସରାଜ ଗଙ୍ଗାରାମ ଅହିର । ଶ୍ରୀ ଅହିର ରାଜ୍ୟସଭାକୁ ଲିଖିତ ଉତ୍ତର ମାଧ୍ୟମରେ ଏହା ଜଣାଇଛନ୍ତି ।
ମନ୍ତ୍ରୀଙ୍କ ଏହି ଉତ୍ତରର ଗୁରୁତ୍ବ ରହିଛି, କାରଣ ପୂର୍ବରୁ ଚର୍ଚ୍ଚା ହେଉଥିଲା ଯେ ସରକାର ଆସାମ ପରେ ପଶ୍ଚିମବଙ୍ଗ ଓ ଆଉ କିଛି ପ୍ରଦେଶରେ ଏନଆରସି ଲାଗୁ କରିପାରନ୍ତି । ବିଜେପି ସଭାପତି ଅମିତ ଶାହା ମଧ୍ୟ ନିଜର ଏକ ଭାଷଣରେ ଏଥିପାଇଁ ଯୁକ୍ତି ବାଢିଥିଲେ ।
ସୂଚନାଯୋଗ ଯେ ନାଗରିକତା ଅଧିନିୟମ (ନାଗରିକ ପଞ୍ଜିକରଣ ଓ ଜାତୀୟ ପରିଚୟପତ୍ର ଜାରି) ୨୦୦୩ ଅନୁଯାୟୀ ଆସାମରେ ଏନଆରସି ୧୯୫୧ ଲାଗୁ ହୋଇଛି । ମେ ୨୦୧୫ ଠାରୁ ଅଗଷ୍ଟ ୨୦୧୫ ଯାଏଁ ଆସାମରେ ଏନଆରସି ପାଇଁ ଦରଖାସ୍ତ ଆହ୍ୱାନ କରା ଯାଇଥିଲା ଓ ଆବଶ୍ୟକ ଯାଞ୍ଚ ପରେ ଏନଆରସିର ସଂପୂର୍ଣ୍ଣ ଚିଠା ଗତ ବର୍ଷ ଜୁଲାଇ ୩୦ରେ ରେ ପ୍ରସ୍ତୁତ ହୋଇଥିଲା । ଏନଆରସି ଚିଠାକୁ ନେଇ କୌଣସି ଦାବି ବା ଆପତ୍ତି ଗତ ଡିସେମ୍ବର ୩୧ ଯାଏଁ ଗ୍ରହଣ କରା ଯାଇଥିଲା ।

ସମ୍ବନ୍ଧିତ ଖବର