ମୁମ୍ବାଇ : ଶାଢ଼ି ପିନ୍ଧି ଅତି ସରଳ ଜୀବନଯାପନ କରୁଥିବା ଇନ୍‌ଫୋସିସ୍‌ ପ୍ରତିଷ୍ଠାତା ଏନ୍ ଆର୍‌ ନାରାୟଣମୂର୍ତ୍ତିଙ୍କ ପତ୍ନୀଙ୍କୁ ଅନେକ ସମୟରେ ଅଡ଼ୁଆ ପରିସ୍ଥିତି ସାମ୍ନା କରିବାକୁ ପଡ଼ୁଛି। ନିକଟରେ ‘ଦି କପିଲ ଶର୍ମା’ ସୋ’ରେ ଅତିଥି ଭାବେ ଯୋଗ ଦେଇ‌ ସେ ଏଭଳି ଏକ ଘଟଣା ବିଷୟରେ ବର୍ଣ୍ଣନା କରିଥିଲେ।

Advertisment

ବ୍ରିଟେନ୍‌ରେ ଓହ୍ଲାଇବା ପରେ ତାଙ୍କୁ ଜଣେ ଇମିଗ୍ରେସନ ଅଫିସର ବ୍ରିଟେନ୍‌ର କେଉଁ ସ୍ଥାନକୁ ଯିବ ବୋଲି ପଚାରିଥିଲେ ଓ ଫର୍ମରେ ସେହି ଠିକଣା ଲେଖିବାକୁ କହିଥିଲେ। ସେ ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକଙ୍କ ଠିକଣା ‘୧୦, ଡାଉନିଂ ଷ୍ଟ୍ରିଟ୍‌’ ଲେଖିବା ପରେ ଅଫିସର ଜଣକ ଆଶ୍ଚର୍ଯ୍ୟ ହୋଇ ତାଙ୍କ ଆଡ଼କୁ ଅନାଇଥିଲେ। ତୁମେ ମଜା କରୁଛ କି ବୋଲି ସେ ସୁଧାଙ୍କୁ ପ୍ରଶ୍ନ କରିଥିଲେ। ମୁଁ ବ୍ରିଟେନ ପ୍ରଧାନମନ୍ତ୍ରୀଙ୍କ ଶାଶୂ ବୋଲି କେହି ବିଶ୍ବାସ କରିନଥିଲେ।

ସୁଧା କହିଛନ୍ତି ଯେ ତାଙ୍କ ସରଳ ଜୀବନଯାପନ ଶୈଳୀ ପାଇଁ ଅନେକ ସମୟରେ ଲୋକମାନେ ତାଙ୍କ ପ୍ରକୃତ ପରିଚୟ ଜାଣିପାରନ୍ତି ନାହିଁ। ନାରାୟଣମୂର୍ତ୍ତି ଓ ସୁଧାଙ୍କ ଝିଅ ଅକ୍ଷତାଙ୍କୁ ବ୍ରିଟେନ୍ ପ୍ରଧାନମନ୍ତ୍ରୀ ଋଷି ସୁନକ ବିବାହ କରିଛନ୍ତି।