ଆଇନ୍‌ ଠାରୁ ଉପରେ କେହି ନୁହନ୍ତି ବୋଲି ପ୍ରମାଣ କଲେ ଟ୍ରାଫିକ୍‌ ପୁଲିସ, ପାର୍କିଂ ନିଷେଧ ସ୍ଥାନରେ ମେୟର ଗାଡ଼ି ପାର୍କ କରିଥିବାରୁ କାଟିଲେ ଚାଲାଣ

ହାଇଦ୍ରାବାଦ୍‌: ଭାରତରେ ଟ୍ରାଫିକ୍‌ ନିୟମକୁ ଲୋକମାନେ କେତେ ପାଳନ କରନ୍ତି, ତାହା ପ୍ରାୟ ସମସ୍ତଙ୍କୁ ଜଣା । ଖାସ୍‌ କରି ବଡ଼ ବଡ଼ିଆମାନେ ନିଜ ପଦବିର ଦମ୍‌ ଦେଖାଇ ଟ୍ରାଫିକ୍‌ ନିୟମକୁ ଉଲ୍ଲ୍‌ଂଘନ କରୁଥିବା ଭାରତରେ ଅଧିକ ଦେଖା ଯାଇଥାଏ । ଦୁର୍ଘଟଣାକୁ କମ୍‌ କରିବା ପାଇଁ ଟ୍ରାଫିକ୍‌ ନିୟମକୁ ଯେତେ କଡ଼ା କଡ଼ି କରା ଯାଉଥିଲେ ମଧ୍ୟ ଲୋକମାନେ ଏହାକୁ ଉଲ୍ଲଂଘନ କରିଥାନ୍ତି । ତେବେ ହାଇଦ୍ରାବାଦ୍‌ରେ ଟ୍ରାଫିକ୍‌ ପୁଲିସ ଯାହା କରିଛନ୍ତି, ତାହା ଏବେ ସମସ୍ତଙ୍କ ପାଇଁ ଉଦାହରଣ ପାଲଟିଛି ।

ସୂଚନା ମୁତାବକ, କେହି ଜଣେ ହାଇଦ୍ରାବାଦ୍‌ର ମେୟର ବୋନ୍‌ଠୁ ରାମମୋହନଙ୍କ କାର୍‌ ସାଇବରାବାଦ୍‌ ଅଞ୍ଚଳରେ ପାର୍କିଂ ନିଷେଧ ଥିବା ସ୍ଥାନରେ ପାର୍କ କରାଯାଇଥିବାର ଫଟୋ ସୋସିଆଲ ମିଡିଆରେ ଛଡ଼ିଥିଲେ । ଯାହା ପରେ ଟ୍ରାଫିକ୍‌ ପୁଲିସ ସୂଚନା ପାଇ ରାମମୋହନଙ୍କୁ ଇ-ଚାଲାଣ ପଠାଇଥିଲା । ଚାଲାଣ ପାଇଁ ରାମମୋହନ ତାଙ୍କ ଫଟୋ ଉଠାଇ ସୋସିଆଲ ମିଡିଆରେ ଛାଡ଼ିଥିବା ଲୋକକୁ ନିୟମ ଅନୁସରଣ କରୁଥିବାରୁ ଧନ୍ୟବାଦ୍‌ ଜଣାଇଥିଲେ । ଏହା ସହ ଅନ୍ୟ ସାଧାରଣ ନାଗରିକଙ୍କ ଭଳି ତାଙ୍କୁ ମଧ୍ୟ ସାଧାରଣ ନାଗରିକ ଭାବି ନିଜର ଡିୟ୍ୟୁଟି କରିଥିବାରୁ ସେ ତେଲେଙ୍ଗାନା ପୁଲିସକୁ ମଧ୍ୟ ଧନ୍ୟବାଦ୍‌ ଜଣାଇଥିବା ଦେଖା ଯାଇଛି । ପରେ ସେ ଗାଡ଼ିଟି ସେ ନୁହେଁ ତାଙ୍କ ଗାଡ଼ିର ଚାଳକ ଭୁଲ ସ୍ଥାନରେ ପାର୍କ କରିଥିଲେ ବୋଲି ସ୍ପଷ୍ଟ କରିଥିଲେ ରାମମୋହନ ।

ସମ୍ବନ୍ଧିତ ଖବର