ଜାତିସଂଘ : ପାକିସ୍ତାନ ବୈଦେଶିକ ମନ୍ତ୍ରୀ ବିଲାୱଲ ଭୁଟ୍ଟୋ ଜର୍ଦାରୀ ଶୁକ୍ରବାର ସ୍ୱୀକାର କରିଛନ୍ତି ଯେ ଭାରତର କୂଟନୈତିକ ପ୍ରୟାସ ଯୋଗୁଁ କାଶ୍ମୀର ପ୍ରସଙ୍ଗକୁ ଜାତିସଂଘ ଏଜେଣ୍ଡାରେ ସାମିଲ କରିବା ତାଙ୍କ ଦେଶ ପାଇଁ କଷ୍ଟକର ହୋଇପଡିଛି । ଜାତିସଂଘର ମହିଳା ସ୍ଥିତି ଆୟୋଗର ବୈଠକ  ଅବସରରେ ଗଣମାଧ୍ୟମକୁ ଜରଦାରୀ କହିଛନ୍ତି, ଯେତେବେଳେ କାଶ୍ମୀର ପ୍ରସଙ୍ଗ ଉଠିଥାଏ... ଆମ ପଡ଼ୋଶୀ ଦେଶ ଏହାକୁ ଦୃଢ଼ ବିରୋଧ କରୁଛି ।

Advertisment

ଜର୍ଦାରୀ କହିଛନ୍ତି ଯେ ସେମାନେ (ଭାରତ) ପ୍ରମାଣ କରିବାକୁ ଉଦ୍ୟମ କରୁଛି ଯେ ଏହା ଜାତିସଂଘ ପାଇଁ ଏକ ବିବାଦ ହିଁ ନୁହେଁ କିମ୍ବା ଏହା ଅନ୍ତର୍ଜାତୀୟ ସମୁଦାୟ ଦ୍ୱାରା ସ୍ୱୀକୃତିପ୍ରାପ୍ତ ଏକ ବିବାଦୀୟ ଅଞ୍ଚଳ ନୁହେଁ । ସେମାନେ ତଥ୍ୟକୁ ବିରୋଧ କରନ୍ତି, ବାସ୍ତବତାକୁ ବିରୋଧ କରନ୍ତି ଏବଂ ସେମାନଙ୍କ କାଶ୍ମୀର ମିଶ୍ରଣ ଉଦ୍ୟମକୁ  ବିଶ୍ବ ସମର୍ଥନ କରିବା ଉଚିତ ବୋଲି ସେମାନେ ଚାହୁଁଛନ୍ତି ।  "ସତ ସାମ୍ନାକୁ ଆଣିବା ଆମ ପାଇଁ କଷ୍ଟକର ହେଉଛି, କିନ୍ତୁ ଆମେ ଆମର ପ୍ରୟାସ ଜାରି ରଖିଛୁ  ବୋଲି ସେ କହିଛନ୍ତି ।

ସୂଚନାଯୋଗ୍ୟ ଯେ ୧୯୭୨ ମସିହାରେ ଭାରତ ଓ ପାକିସ୍ତାନ ମଧ୍ୟରେ ସ୍ବାକ୍ଷରିତ ସିମଲା ଚୁକ୍ତିରେ ଭାରତର ତତକାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧି ଓ ବିଲାଓ୍ବଲଙ୍କ ଅଜା ତଥା ପାକିସ୍ତାନର ତତକାଳୀନ ରାଷ୍ଟ୍ରପତି ଜୁଲଫିକର ଅଲ୍ଲି ଭୁଟ୍ଟୋ ସ୍ବାକ୍ଷର କରିଥିଲେ । ଏହି ଚୁକ୍ତି ଅନୁସାରେ କଶ୍ମୀର ସମସ୍ୟାକୁ ଏକ ଦ୍ବିପାକ୍ଷିକ ସମସ୍ୟା । ଏହା ସତ୍ତ୍ବେ ପାକିସ୍ତାନ କଶ୍ମୀର ପ୍ରସଙ୍ଗକୁ ବାରମ୍ବାର ଜିତସଂଘରେ ଉଠାଇଚାଲୁଛି ।