ଭାରତରେ କେବଳ ନେତାଙ୍କୁ ଦୋଷ ଦିଆଯାଏ : ଜେଟଲୀ

ନୂଆଦିଲ୍ଲୀ:  ପିଏନବିରେ ହୋଇଥିବା ୧୧,୪୦୦ କୋଟି ଟଙ୍କାର ମହାଦୁର୍ନୀତି ପାଇଁ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ପରୋକ୍ଷରେ ବ୍ୟାଙ୍କିଙ୍ଗ ଉଦ୍ୟୋଗର ନିୟାମକ ବା ରେଗୁରେଲଟର ରିଜର୍ଭ ବ୍ୟାଙ୍କକୁ ଦୋଷ ଦେଇଛନ୍ତି । ଏହା ସହିତ ଅଡିଟ ସଂସ୍ଥାମାନଙ୍କ ଅପାରଗତାକୁ ମଧ୍ୟ ସେ ଦୋଷ ଦେଇଛନ୍ତି ।

ଭାରତୀୟ ବ୍ୟବସ୍ଥାରେ କେବଳ ନେତାମାନଙ୍କୁ ସବୁ କଥା ପାଇଁ ଦାୟୀ କରାଯାଏ । କିନ୍ତୁ ରେଗୁଲେଟର ବା ନିୟାମକମାନଙ୍କୁ କେହି ପ୍ରଶ୍ନ ପଚାରନ୍ତି ନାହିଁ । ଏକଥା କହିଛନ୍ତି କେନ୍ଦ୍ର ଜେଟଲୀ ।

ଏଠାରେ ଅନୁଷ୍ଠିତ ଏକ ସମାରୋହରେ ଯୋଗ ଦେଇ ସେ କହିଛନ୍ତି ଯେ ରେଗୁଲେଟରମାନେ ହିଁ ନିୟମ ତିଆରି କରନ୍ତି, ନିୟମ ପାଳନ ହେଉଛି କି ନା ତାହା ଦେଖନ୍ତି । କିନ୍ତୁ କୌଣସି ଦୁର୍ନୀତି ହେଲେ ଆମଦେଶରେ ରାଜନୈତିକ ନେତାମାନଙ୍କୁ ଦାୟୀ କରନ୍ତି । କିନ୍ତୁ ରେଗୁଲେଟରମାନଙ୍କ ଉପରେ କୌଣସି ପ୍ରଶ୍ନ ଉଠାଯାଏ ନାହିଁ ।

ସେ କହିଛନ୍ତି ଯେ ବ୍ୟବସାୟରେ ନୈତିକତାର ପାଳନ ହେବା ଜରୁରୀ । ବିଶେଷକରି ଋଣଦାତା (ବ୍ୟାଙ୍କ) ଓ ଋଣ ଗ୍ରହୀତାଙ୍କ ମଧ୍ୟରେ ଅସାଧୁ ମେଣ୍ଟ ବନ୍ଦ ହେବା ଆବଶ୍ୟକ ।

ସମ୍ବନ୍ଧିତ ଖବର