ମତେ କେହି ଶ୍ରଦ୍ଧା କରନ୍ତିନି: ଡୋନାଲ୍‌ଡ ଟ୍ରମ୍ପ୍‌

ୱାସିଂଟନ: ମହାମାରୀ କରୋନାଭୂତାଣୁ ବର୍ତ୍ତମାନ ସୁଦ୍ଧା ଦେଢ଼ ଲକ୍ଷରୁ ଅଧିକ ଆମେରିକୀୟଙ୍କ ଜୀବନ ନେଇଥିବା ସ୍ଥଳେ ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପ୍‌ଙ୍କ କରୋନାଭୂତାଣୁ ଟାସ୍କ ଫୋର୍ସର ସଦସ୍ୟ ଥିବା ଆମେରିକାର ଖ୍ୟାତନାମା ଭେଷଜ ବିଶେଷଜ୍ଞ ଡା. ଆନ୍ଥୋନି ଫୌସିଙ୍କୁ ତଥାପି କାହିଁକି ଲୋକେ ଅଧିକ ମାନୁଛନ୍ତି ବୋଲି ଟ୍ରମ୍ପ ପ୍ରଶ୍ନ କରିବା ସହ ତାଙ୍କୁ କେହି ବି ଶ୍ରଦ୍ଧା କରୁନାହାନ୍ତି ବୋଲି ଖେଦୋକ୍ତି ପ୍ରକାଶ କରିଛନ୍ତି।

ସୂଚନା ଥାଉ କି, ଡା. ଫୌସି ଟ୍ରମ୍ପ ପ୍ରଶାସନର ସବୁଠୁ ଭରସାଯୋଗ୍ୟ ଅଧିକାରୀ ହୋଇଥିବା ବେଳେ କରୋନାଭୂତାଣୁ ସଂକ୍ରମଣ ପରିପ୍ରେକ୍ଷୀରେ ଆମେରିକୀୟମାନେ ମଧ୍ୟ ତାଙ୍କ ପରାମର୍ଶ ଓ ଉପଦେଶକୁ ଅଧିକ ଗୁରୁତ୍ବ ଦେଇଥାନ୍ତି। ଅପରପକ୍ଷେ, କୋଭିଡ୍‌ ପରିଚାଳନାରେ ବିଫଳ ବୋଲି ତୀବ୍ର ସମାଲୋଚନାକର ଶିକାର ହୋଇଥିବା ଟ୍ରମ୍ପ୍‌ ସେହି କାରଣରୁ ଆଗାମୀ ନଭେମ୍ବର ୩ ରାଷ୍ଟ୍ରପତି ନିର୍ବାଚନରେ ହାରିଯିବାର ମଧ୍ୟ ଆଶଙ୍କା ସୃଷ୍ଟି ହୋଇଛି। କରୋନାଭୂତାଣୁ ସଂକ୍ରମଣ ରୋକିବା ଦିଗରେ ସେ ଫୌସିଙ୍କର ଅନେକ ପରାମର୍ଶକୁ କାର୍ଯ୍ୟକାରୀ କରିଛନ୍ତି। ତେଣୁ ସେ କାହିଁକି ଧନ୍ୟବାଦର ପାତ୍ର ନହୋଇ କେବଳ ଫୌସିଙ୍କୁ ସବୁ ପ୍ରଶଂସା ଦିଆଯାଉଛି ବୋଲି ଟ୍ରମ୍ପ୍‌ ପ୍ରଶ୍ନ କରିଛନ୍ତି।

ସମ୍ବନ୍ଧିତ ଖବର