ରୋଗୀଙ୍କୁ ଫେରାଇ ପାରିବ ନାହିଁ କୋଭିଡ୍ ହସପିଟାଲ : ସ୍ବାସ୍ଥ୍ୟ ମନ୍ତ୍ରାଳୟ

ନୂଆଦିଲ୍ଲୀ :  କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ କୋଭିଡ୍ ହସପିଟାଲରେ କୋଭିଡ୍ ରୋଗୀଙ୍କ ଭର୍ତ୍ତି ସମ୍ପର୍କିତ ଜାତୀୟ ନୀତିକୁ ପରିବର୍ତ୍ତନ କରିଛନ୍ତି । ଏଣିକି ଜଣେ ରୋଗୀ କୋଭିଡ୍ ହସପିଟାଲରେ ଭର୍ତ୍ତି ହେବାବେଳେ କୋଭିଡ୍ ପଜିଟିଭି ପ୍ରମାଣପତ୍ର ଥିବା ଜରୁରୀ ନୁହେଁ । ସେହିପରି ଜଣେ ସଂଦିଗ୍ଧ କୋଭିଡ୍ ରୋଗୀ କୌଣସି କୋଭିଡ୍ କେୟାର ସେଣ୍ଟର (ସିସିସି), ଡେଡିକେଟେଡ କୋଭିଡ କେୟାର ସେଣ୍ଟର (ଡିସିସିସି) ଆଦିରେ ଭର୍ତ୍ତି କରାଯ଼ାଇପାରିବ । ତେବେ ସେମାନଙ୍କୁ ଉକ୍ତ ହସପିଟାଲର ସଂଦିଗ୍ଧ ଓ୍ବାର୍ଡରେ ରଖାଯ଼ିବ ।

ସେହିପରି କୌଣସି ରୋଗୀଙ୍କୁ ହସପିଟାଲରେ ଫେରାଯ଼ିବ ନାହିଁ । ଅକ୍ସିଜେନ ଅଭାବ, ଔଷଧ ଅଭାବ କିମ୍ବା ରୋଗୀ ଅନ୍ୟ ସହରର ବୋଲି ଦର୍ଶାଇ ରୋଗୀଙ୍କୁ ଫେରାଇ ଦିଆଯିବ ନାହିଁ । ପୁଣି ଜଣେ ରୋଗୀଙ୍କ ପାଖରେ କୌଣସି ବୈଧ ପରିଚୟପତ୍ର ନଥିବା ଦର୍ଶାଇ ତାଙ୍କୁ ହସପିଟାଲରୁ ଫେରାଇଦିଆଯ଼ିବ ନାହିଁ । ହସପିଟାଲରେ ରୋଗୀଙ୍କ ଭର୍ତ୍ତି ବା ଆଡମିସନ ରୋଗୀଙ୍କ ଚିକିତ୍ସା ଆବଶ୍ୟକତା ଅନୁସାରେ ହିଁ ହେବ ବୋଲି ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯ଼ାଇଛି ।

ସମ୍ବନ୍ଧିତ ଖବର