ସୁଶାନ୍ତଙ୍କ ଶରୀରରୁ କୌଣସି ବିଷର ସନ୍ଧାନ ମିଳିଲାନି; ସାମ୍ନାକୁ ଆସିଲା ଏମ୍‌ସର ଫରେନ୍‌ସିକ୍‌ ରିପୋର୍ଟ

ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ପରେ ତାଙ୍କ ଶରୀରର ହୋଇଥିବା ପୋଷ୍ଟମଟର୍ମ ଓ ଫରେନ୍ସିକ୍ ଯାଞ୍ଚରୁ କୌଣସି ଠୋସ୍ ନିଷ୍କର୍ସ ଏଯାଏ ବାହାରି ପାରୁନି। ତାଙ୍କ ମୃତ୍ୟୁକୁ ନେଇ ଅନେକ ଅଭିଯୋଗ ଓ ଅନେକ ରିପୋର୍ଟ ହସ୍ତଗତ ହେବା ପରେ ବି ସତ୍ୟ ଉପରୁ ଏଯାଏ ପରଦା ଉଠିପାରୁନାହିଁ।

ତାଙ୍କ ମୃତ୍ୟୁ ବାସ୍ତବରେ ଏକ ଆତ୍ମହତ୍ୟା କି ହତ୍ୟା ତାହା ଜାଣିବା ପାଇଁ ଏମ୍‌ସର ଏକ ଡାକ୍ତରୀ ପ୍ୟାନେଲ୍‌ ସୁଶାନ୍ତଙ୍କ ବ୍ୟବଚ୍ଛେଦ ରିପୋର୍ଟ ଓ ଭିସେରା ନମୁନାକୁ ନେଇ ତଦନ୍ତ ଆରମ୍ଭ କରିଥିଲେ। ଏମ୍ସର ଡାକ୍ତରୀ ଦଳ ତଦନ୍ତ କରିବା ପରେ ଆଜି ସୁଶାନ୍ତଙ୍କ ମୃତ୍ୟୁ ମାମଲାର ଅନୁସନ୍ଧାନ ଦାୟିତ୍ବ ନେଇଥିବା ସିବିଆଇକୁ  ରିପୋର୍ଟ ପ୍ରଦାନ କରିଛି। ରିପୋର୍ଟରୁ ସୁଶାନ୍ତଙ୍କ ଶରୀରରେ କୌଣସି ପ୍ରକାରର ଜୈବିକ ବିଷ ଚିହ୍ନଟ ହୋଇନାହିଁ ବୋଲି ଉଲ୍ଲେଖ କରାଯାଇଛି।

ସୁଶାନ୍ତଙ୍କୁ ଜୈବିକ ବିଷ ( ଅର୍ଗାନିକ୍ ପଏଜନ୍) ଦେଇ ହତ୍ୟା କରାଯାଇଛି ବୋଲି ଅଭିଯୋଗ ଆସିବା ପରେ ସେପ୍ଟେମ୍ବର ୭ ତାରିଖରେ ଖବର ପ୍ରକାଶ ପାଇଥିଲା ଯେ ସୁଶାନ୍ତଙ୍କ ଭିସେରା ନମୁନାକୁ  ଏମ୍ସର ଡାକ୍ତରୀ ଦଳ ପୁନଃପରୀକ୍ଷଣ  କରିବେ, ଯାହାର ରିପୋର୍ଟ ଆଜି ସିବିଆଇକୁ ପ୍ରଦାନ କରାଯାଇଛି।

ପୂର୍ବରୁ ସୁଶାନ୍ତଙ୍କ ପରିବାର ପକ୍ଷରୁ ଓକିଲ ବିକାଶ ଦୁବେ ଅଭିଯୋଗ ଆଣିଥିଲେ ଯେ, ଜଣେ ଏମ୍ସସ ଡାକ୍ତର ତାଙ୍କ ଦ୍ବାରା ପଠାଯାଇଥିବା ସୁଶାନ୍ତଙ୍କ ଫଟୋ ଦେଖି କହିଥିଲେ ଏହା ୨୦୦ ପ୍ରତିଶତ ହତ୍ୟା ମାମଲା। ମାତ୍ର ଦୁବେଙ୍କର ଏହି ଅଭିଯୋଗକୁ ଅସ୍ବୀକାର କରି ଏମ୍ସର ବରିଷ୍ଠ ଡାକ୍ତର ସୁଧୀର ଗୁପ୍ତା କହିଥିଲେ, ‘ଏକ ଫଟୋ ଦେଖି ତାହା ହତ୍ୟା କି ଆତ୍ମହତ୍ୟା କୁହାଯାଇ ପାରିବନାହିଁ। ଘଟଣାର ତଦନ୍ତ ବାକି ଅଛି।’

ସମ୍ବନ୍ଧିତ ଖବର