ପ୍ରଧାନମନ୍ତ୍ରୀଙ୍କର ନିଜସ୍ୱ କାର୍‌ ନାହିଁ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସ୍ଥାବର ଅସ୍ଥାବର ସମ୍ପତ୍ତି ନେଇ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ତରଫରୁ ଏକ ବିସ୍ତତ ରିପୋର୍ଟ ପ୍ରକାଶ ପାଇଛି। ଗୁଜରାଟର ତିନିଥର ମୁଖ୍ୟମନ୍ତ୍ରୀ ହୋଇଥିବା ନରେନ୍ଦ୍ର ମୋଦୀଙ୍କର ପାଖାପାଖି ୨.୩ କୋଟି ଟଙ୍କାର ସମ୍ପତ୍ତି ରହିଛି। କିନ୍ତୁ ମୋଦୀଙ୍କର ଗୋଟିଏ ହେଲେ ଗାଡ଼ି ନାହିଁ। ମୋଦୀ ଗତ ବର୍ଷ ପାଖରେ ୧.୫ ଲକ୍ଷ ନଗଦ ଟଙ୍କା ରଖିଥିବା ବେଳେ ଚଳିତବର୍ଷ ତାଙ୍କ ପାଖରେ ନଗଦ ୪୮,୯୪୪ ଟଙ୍କା ଥିବା ରିପୋର୍ଟରୁ ଜଣାଯାଇଛି। ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କରେ ସେ ୧.୦୭ କୋଟି ଟଙ୍କାର ସ୍ଥାୟୀ ଜମା ରଖିଛନ୍ତି ଏବଂ ପାଖାପାଖି ୧.୫୯ ଲକ୍ଷ ଟଙ୍କାର ଜୀବନ ବୀମା ପଲିସି କରିଛନ୍ତି। ସୁନା ଗହଣା କିଣିନାହାନ୍ତି କି ସୁନାଗହଣାରେ ଟଙ୍କା ବିନିଯୋଗ ମଧ୍ୟ କରିନାହାନ୍ତି। କେବଳ ପାଖରେ ୪୫ ଗ୍ରାମ୍‌ର ୪ଟି ସୁନା ମୁଦି ରହିଛି। ମୋଦୀଙ୍କର କେବଳ ୩୫୦୦ ବର୍ଗଫୁଟର ଜମି ରହିଛି ଯାହାକୁ ସେ ୨୦୦୨ ମସିହାରେ ୧,୩୦,୦୦୦ ଟଙ୍କାରେ କିଣିଥିଲେ। ଏବେ ଏହି ଜମିର ମୂଲ୍ୟ ପାଖାପାଖି କୋଟିଏ ଟଙ୍କା ହେବ। ଗାନ୍ଧୀନଗରରେ ମୋଦୀଙ୍କର ଗୋଟିଏ ଘର ଅଛି। କିନ୍ତୁ ମୋଦୀଙ୍କର ଗୋଟିଏ ହେଲେ କାର୍‌ ନାହିଁ କି ଅନ୍ୟ କିଛି ଗାଡ଼ି ମଧ୍ୟ ନାହିଁ। ରିପୋର୍ଟରେ ମାର୍ଚ୍ଚ ୩୧, ୨୦୧୮ ସୁଦ୍ଧା ପ୍ରଧାନମନ୍ତ୍ରୀଙ୍କ ସମସ୍ତ ସମ୍ପତ୍ତି ବିବରଣୀ ରହିଛି।

ସମ୍ବନ୍ଧିତ ଖବର