ପଥର ଫିଙ୍ଗାଳିଙ୍କୁ ମିଳିବନି ସରକାରୀ ଚାକିରି ସହ ପାସପୋର୍ଟ, ଜମ୍ମୁ ପୁଲିସର ନୂଆ ପଦକ୍ଷେପ

ଶ୍ରୀନଗର: ରାଜ୍ୟ ଓ ଦେଶର ସୁରକ୍ଷା ପ୍ରତି ବିପଦ ସୃଷ୍ଟି କରୁଥିବା ତଥା ଆଇନଶୃଙ୍ଖଳା ଉଲ୍ଲଂଘନ କରୁଥିବା ଯୁବବର୍ଗଙ୍କ ପାଇଁ କଠୋର ହୋଇଛନ୍ତି ଜମ୍ମୁକାଶ୍ମୀର ସରକାର | ଜମ୍ମୁକାଶ୍ମୀରରେ ସୁରକ୍ଷାକର୍ମୀଙ୍କ ଉପରେ ପଥର ଫିଙ୍ଗୁଥିବା ଯୁବକଙ୍କୁ ଏଣିକି ଆଉ ବିଦେଶ ଯିବାର ସୁଯୋଗ ମିଳିବ ନାହିଁ। ସେମାନେ ସରକାରୀ ଚାକିରି ମଧ୍ୟ ପାଇବେ ନାହିଁ | କାରଣ ଜମ୍ମୁକାଶ୍ମୀର ପୁଲିସର ସିଆଇଡି ୱିଙ୍ଗ ସମସ୍ତ କର୍ମଚାରୀଙ୍କୁ ନିର୍ଦ୍ଦେଶ ଦେଇଛି ଯେ ଯେଉଁମାନେ ସୁରକ୍ଷାକର୍ମୀଙ୍କ ଉପରେ ପଥରମାଡ କରୁଛନ୍ତି ସେମାନଙ୍କ ପାସପୋର୍ଟ ଭେରିଫିକେସନକୁ ମଞ୍ଜୁରୀ ଦିଆନଯାଉ |

ସିଆଇଡି କାଶ୍ମୀରର ଏସଏସପି ତାଙ୍କ ଅଧୀନରେ ଥିବା ସମସ୍ତ ଅଧିକାରୀ ଏବଂ କର୍ମଚାରୀଙ୍କୁ ଏ ବାବଦରେ ଏକ ଲିଖିତ ନିର୍ଦ୍ଦେଶ ଦେଇଛନ୍ତି। ଏଥିରେ ସେ କହିଛନ୍ତି ଯେ ଯେତେବେଳେ ପାସପୋର୍ଟ ସେବା ତଥା ସରକାରୀ ଚାକିରି ପାଇଁ କୌଣସି ବ୍ୟକ୍ତିଙ୍କ ଭେରିଫିକେସନ ରିପୋର୍ଟ ପ୍ରସ୍ତୁତ କରନ୍ତି, ସେତେବେଳେ କିଛି କଥା ପ୍ରତି ଗୁରୁତ୍ୱ ଦିଆଯିବା ନିହାତି ଆବଶ୍ୟକ |

ଯାହାଙ୍କର ଭେରିଫିକେସନ ରିପୋର୍ଟ ପ୍ରସ୍ତୁତ କରାଯାଉଛି ସେମାନେ ଯେଭଳି ପଥର ଫିଙ୍ଗାଳି ହୋଇନଥିବା ସହ ରାଜ୍ୟ ଏବଂ ଦେଶର ସୁରକ୍ଷା ପ୍ରତି ବିପଦ ଆଣୁନଥିବେ ସେଥିପ୍ରତି ଦୃଷ୍ଟି ଦେବା ଆବଶ୍ୟକ | ଯଦି କୌଣସି ଯୁବକ ଏପରି କାର୍ଯ୍ୟକଳାପରେ ଲିପ୍ତ ଅଛନ୍ତି, ତେବେ ତାଙ୍କୁ କୌଣସି ପ୍ରକାରର ସରକାରୀ ଚାକିରି ପାଇଁ ପାସପୋର୍ଟ କିମ୍ବା କ୍ଲିୟରାନ୍ସ ଦିଆଯିବ ନାହିଁ |

ସମ୍ବନ୍ଧିତ ଖବର