ରାଜ୍ୟସଭା ପରେ ବିଧାନପରିଷଦ ନିର୍ବାଚନ ପାଇଁ ବି ଭୋଟ ଦେବାକୁ ମିଳିଲା ନାହିଁ ଅନୁମତି

ମୁମ୍ବାଇ: ରାଜ୍ୟସଭା ନିର୍ବାଚନ ପରେ ଜୁନ ୨୦ରେ ହେବାକୁ ଥିବା ମହାରାଷ୍ଟ୍ର ବିଧାନପରିଷଦ ନିର୍ବାଚନରେ ​​ଭୋଟ୍ ଦେବାକୁ ଅନୁମତି ମାଗିଥିଲେ ନବାବ ମଲିକ ଏବଂ ପୂର୍ବତନ ଗୃହମନ୍ତ୍ରୀ ଅନିଲ ଦେଶମୁଖ | ତେବେ ବମ୍ବେ ହାଇକୋର୍ଟ ଆଜି ଉଭୟଙ୍କ ଆବେଦନକୁ ଖାରଜ କରିଦେଇଛନ୍ତି। ରାଷ୍ଟ୍ରବାଦୀ କଂଗ୍ରେସ ଦଳର ନେତା ନବାବ ମଲିକ ଏବଂ ଅନିଲ ଦେଶମୁଖ ବର୍ତ୍ତମାନ ନ୍ୟାୟିକ ହେପାଜତରେ ଅଛନ୍ତି। ଜଷ୍ଟିସ ଏନଜେ ଜାମଦାର ଗୁରୁବାର ଦିନ ସମସ୍ତ ପକ୍ଷର ବିସ୍ତୃତ ଯୁକ୍ତି ଶୁଣି କହିଥିଲେ ଯେ ଶୁକ୍ରବାର ଦିନ ଏହି ରାୟ ପ୍ରକାଶ ପାଇବ। ମଲିକଙ୍କ ପକ୍ଷରୁ ବରିଷ୍ଠ ଓକିଲ ଅମିତ ଦେଶାଇ ଶୁଣାଣି ସମୟରେ କହିଥିଲେ ଯଦିଓ ଲୋକ ପ୍ରତିନିଧି ଧାରା ୬୨ (୫) ଜେଲରେ ଥିବା ଲୋକଙ୍କୁ ଭୋଟ୍ ଦେବାକୁ ବାରଣ କରେ, ବିଧାନପରିଷଦ ନିର୍ବାଚନ ପାଇଁ ଭୋଟ ଦେବାକୁ ଅନୁମତି ଦିଆଯାଉ |

ତେବେ ଏହାକୁ କୋର୍ଟ ଖାରଜ କରିଦେଇଛନ୍ତି | ସୂଚନା ଥାଉ କି ଆସନ୍ତା ସୋମବାର ରାଜ୍ୟ ବିଧାନପରିଷଦର ୧୦ଟି ଖାଲି ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ବିଜେପିର ପାଞ୍ଚ ଜଣଙ୍କ ସମେତ ମୋଟ ୧୧ ଜଣ ପ୍ରାର୍ଥୀ ଥିବାବେଳେ ଶିବସେନା, ଏନସିପି ଏବଂ କଂଗ୍ରେସ ପ୍ରତ୍ୟେକ ଦୁଇଜଣ ପ୍ରାର୍ଥୀ ଦେଇଛନ୍ତି।

ଉଲ୍ଲେଖ ଥାଉ କି ପୂର୍ବରୁ ଜୁନ୍‌ ୧୦ରେ ହୋଇଥିବା ରାଜ୍ୟସଭା ନିର୍ବାଚନରେ ନିଜର ମତଦାନ ଅଧିକାର ସାବ୍ୟସ୍ତ କରିବାକୁ ସଂପ୍ରତି ଜେଲରେ ଥିବା ମହାରାଷ୍ଟ୍ର ମନ୍ତ୍ରୀ ନଓ୍ଵାବ ମଲ୍ଲିକ ଏବଂ ପୂର୍ବତନ ରାଜ୍ୟ ମନ୍ତ୍ରୀ ଅନିଲ ଦେଶମୁଖଙ୍କୁ ଅନୁମତି ମିଳିନଥିଲା | ରାଜ୍ୟସଭା ନିର୍ବାଚନରେ ନିଜର ମତଦାନ ଅଧିକାର ସାବ୍ୟସ୍ତ କରିିବାକୁ ଅନୁମତି ମାଗି ଉଭୟେ ମହାରାଷ୍ଟ୍ର ମନ୍ତ୍ରୀ ନଓ୍ଵାବ ମଲ୍ଲିକ ଏବଂ ପୂର୍ବତନ ରାଜ୍ୟ ମନ୍ତ୍ରୀ ଅନିଲ ଦେଶମୁଖଙ୍କୁ କରିଥିବା ଆବେଦନକୁ ସ୍ୱତନ୍ତ୍ର ପିଏମଏଲଏ ଅଦାଲତ ପ୍ରତ୍ୟାଖ୍ୟାନ କରିଦେଇଥିଲେ । ଉଲ୍ଲେଖଯୋଗ୍ୟ, ମନି ଲଣ୍ଡରିଂ ମାମଲାରେ ସଂପୃକ୍ତି ଅଭିଯୋଗରେ ଉଭୟେ ଏବେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଦ୍ୱାରା ଗିରଫ ହୋଇ ଜେଲରେ ଅଛନ୍ତି।

ସମ୍ବନ୍ଧିତ ଖବର