ଆମ ସମାଜରେ ହିଂସାର କୌଣସି ସ୍ଥାନ ନାହିଁ : ରାଷ୍ଟ୍ରପତି

ନୂଆଦିଲ୍ଲୀ : ଭାରତ ଅନେକ ଐତିହାସିକ ସଫଳତା ହାସଲ କରିବାର ଦ୍ୱାର ଦେଶରେ ଥିବାବେଳେ ଆମେ ବିଭିନ୍ନ ବିବାଦୀୟ ଓ ଅନାବଶ୍ୟକ ପ୍ରସଙ୍ଗରେ ଛନ୍ଦି ହୋଇ ଏହି ସୁଯୋଗକୁ ହାତଛଡା କରିବା ଉଚିତ ନୁହେଁ ବୋଲି କହିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଦେଶ ଆସନ୍ତା କାଲି ୭୨ତମ ସ୍ୱାଧୀନତା ଦିବସ ପାଳନ କରୁଥିବାବେଳେ ଆଜି ସଂଧ୍ୟାରେ ଜାତିଉଦ୍ଦେଶ୍ୟରେ ନିଜର ଅଭିଭାଷଣରେ ସେ ଏକଥା କହିଛନ୍ତି । ଦେଶରେ ଏବେ ହିଂସାର ମାତ୍ରା ବଢିଚାଲିଥିବା ପରିପ୍ରେକ୍ଷୀରେ ସେ କହିଛନ୍ତି ଯେ ହିଂସାର ଶକ୍ତି ଅପେକ୍ଷା ଅହିଂସାର ଶକ୍ତି ଢେର ଅଧିକ । ଏଣୁ ଆମେ ଜାତିର ପିତା ମହାତ୍ମାଗାନ୍ଧିଙ୍କ ପ୍ରଦର୍ଶିତ ଅହିଂସା ପଥରେ ଚାଲିବା ଉଚିତ । ଏହା ଛଡା ସେ ନାରୀ ସ୍ୱାଧୀନତା ଓ ନିରାପତ୍ତା ଉପରେ ମଧ୍ୟ ଗୁରୁତ୍ୱ ଆରୋପ କରିଛନ୍ତି । ସେ କହିଛନ୍ତି ଯେ ଦେଶ ଏବେ ଖୋଲା ମଳତ୍ୟାଗମୁକ୍ତ, ସମସ୍ତଙ୍କ ପାଇଁ ଘର, ସବୁ ଗାଁକୁ ବିଜୁଳି ଆଦି ସଫଳତା ହାସଲ କରିବାକୁ ଯାଉଛି । ସେ କହିଛନ୍ତି ଦେଶର ଯେଉଁସବୁ ନାଗରିକ ନିଜ ନିଜର କର୍ତ୍ତବ୍ୟ ସୁଚାରୁରୂପେ ସମ୍ପନ୍ନ କରୁଛନ୍ତି ସେମାନେ ଦେଶ ଗଠନ ପାଇଁ ଯୋଗଦାନ ଦେଉଛନ୍ତି ।

ସମ୍ବନ୍ଧିତ ଖବର