କୁଳଭୂଷଣଙ୍କୁ ନିକଟ ଭବିଷ୍ୟତରେ ଫାଶୀ ଦେବା ପାଇଁ କୌଣସି ଯୋଜନା ନାହିଁ: ପାକିସ୍ତାନ

ଇସ୍‌ଲାମାବଦ୍‌: ସଂପ୍ରତି ପାକିସ୍ତାନ ଜେଲ୍‌ରେ ବନ୍ଦୀ ଥିବା ଭାରତୀୟ ନାଗରିକ କୁଳଭୂଷଣ ଯାଦବଙ୍କୁ ନିକଟ ଭବିଷ୍ୟତରେ ଫାଶୀ ଦେବା ପାଇଁ ପାକିସ୍ତାନର କୌଣସି ଯୋଜନା ନାହିଁ। ଏହାକୁ ଗୁରୁବାର ସ୍ପଷ୍ଟ କରିଛନ୍ତି ପାକିସ୍ତାନ ବୈଦେଶିକ ମନ୍ତ୍ରାଳୟର ପ୍ରବକ୍ତା ମହମ୍ମଦ ଫୈଜାଲ୍‌।

ପାକିସ୍ତାନ ବୈଦେଶିକ ମନ୍ତ୍ରାଳୟର ପ୍ରବକ୍ତା ମହମ୍ମଦ ଫୈଜାଲ୍‌ ଆଜି ସୂଚନା ପ୍ରଦାନ କରି କହିଛନ୍ତି, ‘ମୁଁ ଆପଣମାନଙ୍କୁ ପ୍ରତିଶ୍ରୁତି ଦେଇ କହୁଛି ଯେ ଏବେ ଯାଦବଙ୍କ ପ୍ରତି ଫାଶୀର କୌଣସି ପ୍ରକାର ଭ୍ରୟ ନାହିଁ। ଯାଦବ କ୍ଷମା ପ୍ରଦାନ ପାଇଁ କରିଥିବା ଆବେଦନ ଏବେ ବିଚାର ଅପେକ୍ଷାରେ ରହିଥିବା ବେଳେ ତାଙ୍କୁ ନିକଟ ଭବିଷ୍ୟତରେ ଫାଶୀ ଦେବାର କୌଣସି ପ୍ରକାରର ଯୋଜନା ନାହିଁ।’ ଏଥିସହ ଫୈଜାଲ କହିଛନ୍ତି ଯେ ସଂପୂର୍ଣ୍ଣ ମାନବିକତା ଦୃଷ୍ଟିକୋଣରୁ ଯାଦବଙ୍କୁ ଭେଟିବା ପାଇଁ ତାଙ୍କ ମା’ ଓ ପତ୍ନୀଙ୍କୁ ପାକିସ୍ତାନ ପକ୍ଷରୁ ଭିସା ପ୍ରଦାନ କରାଯାଇଛି।

ଆସନ୍ତା ୨୫ ତାରିଖରେ ସେମାନେ ଜେଲ ଭିତରେ ଯାଦବଙ୍କୁ ଭେଟିବେ। ଯାଦବଙ୍କୁ ଭେଟିବା ସମୟରେ ସେମାନଙ୍କ ସହ ଇସ୍‌ଲାମାବାଦ ସ୍ଥିତ ଭାରତୀୟ ଦୂତାବାସର ଜନୈକ ଅଧିକାରୀ ମଧ୍ୟ ଉପସ୍ଥିତ ରହିି ପାରିବେ ବୋଲି ପାକିସ୍ତାନ ସରକାର ଅନୁମତି ପ୍ରଦାନ କରିଛନ୍ତି। ଯାବଦଙ୍କୁ ଭେଟି ସାରିବା ପରେ ସେମାନେ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ମଧ୍ୟ ଭେଟିପାରିବେ ବୋଲି ଫୈଜାଲ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର