ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଦିଆଯାଉଥିବା ଆର୍ଥିକ ରାଶି ବଢାଇବାର କୌଣସି ଯୋଜନା ନାହିଁ : ମନ୍ତ୍ରୀ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ଗ୍ରାମୀଣ) ରେ ଗୃହନିର୍ମାଣ ପାଇଁ ସରକାରଙ୍କ ତରଫରୁ ଦିଆଯାଉଥିବା ଆର୍ଥିକ ଅନୁଦାନର ପରିମାଣ ବୃଦ୍ଧି କରାଯିବାର କୌଣସି ଯୋଜନା ନାହିଁ ବୋଲି କେନ୍ଦ୍ର ଗ୍ରାମୀଣ ବିକାଶ ମନ୍ତ୍ରୀ ନରେନ୍ଦ୍ର ସିଂ ତୋମର । ରାଜ୍ୟସଭାରେ ଏକ ପ୍ରଶ୍ନର ଉତ୍ତର ଦେଇ ସେ କହିଛନ୍ତି ଯେ ଏହି ଯୋଜନାରେ ଚଳିତ ଆର୍ଥିକ ବର୍ଷରେ ୬୦ ଲକ୍ଷ ଗୃହ ନିର୍ମାଣ ପାଇଁ ସରକାର ଲକ୍ଷ୍ୟ ରଖିଛନ୍ତି ।

ସେହିପରି ୨୦୨୦-୨୧ରେ ୭୦ ଲକ୍ଷ ଓ ୨୦୨୧-୨୨ରେ ୬୫ ଲକ୍ଷ ଗୃହ ନିର୍ମାଣ କରାଯିବାକୁ ଲକ୍ଷ୍ୟ ରଖାଯାଇଛି । ପ୍ରତି ଘର ପାଇଁ ସରକାର ଦେଢ ଲକ୍ଷ (୧.୫ ଲକ୍ଷ) ଟଙ୍କା ପ୍ରଦାନ କରୁଛନ୍ତି । ଏହାକୁ ବୃଦ୍ଧି କରାଯିବାକୁ ଏବେ କୌଣସି ପ୍ରସ୍ତାବ ନାହିଁ ବୋଲି ସେ କହିଛନ୍ତି ।
୨୦୨୨୨ ସୁଦ୍ଧା ସମସ୍ତଙ୍କ ପାଇଁ ଘର ଲକ୍ଷ୍ୟକୁ ହାସଲ କରିବା ପାଇଁ ଏହି ଯୋଜନା ମୋଦି ସରକାର ଆରମ୍ଭ କରିଥିଲେ । ଗ୍ରାମୀଣ ସ୍ତରରେ କେନ୍ଦ୍ର ଗ୍ରାମୀଣ ବିକାଶ ମନ୍ତ୍ରାଳୟ ଓ ସହରାଞ୍ଚଳରେ ସହରାଞ୍ଚଳ ବ୍ୟାପାର ଓ ଗୃହନିର୍ମାଣ ମନ୍ତ୍ରାଳୟ ଏହାକୁ କାର୍ଯ୍ୟକାରୀ କରୁଛନ୍ତି ।

ସମ୍ବନ୍ଧିତ ଖବର