ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ଦାବି : କୌଣସି ପ୍ରସ୍ତାବ ବିଚାରାଧୀନ ନାହିଁ

ନୂଆଦିଲ୍ଲୀ : ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ସମ୍ପର୍କିତ କୌଣସି ପ୍ରସ୍ତାବ କେନ୍ଦ୍ର ସରକାରଙ୍କ ପାଖରେ ବିଚାରାଧୀନ ନାହିଁ ବୋଲି ଆଜି ଲୋକସଭାରେ କେନ୍ଦ୍ର ଯୋଜନା ରାଷ୍ଟ୍ରମନ୍ତ୍ରୀ ଇନ୍ଦରଜିତ୍‌ ସିଂହ କହିଛନ୍ତି। ପୂର୍ବରୁ ଅରୁଣାଚଳ ପ୍ରଦେଶ, ଆସାମ, ମେଘାଳୟ, ହିମାଚଳ ପ୍ରଦେଶ, ଜମ୍ମୁ-କଶ୍ମୀର, ମଣିପୁର, ମିଜୋରାମ, ନାଗାଲାଣ୍ଡ, ସିକିମ, ତ୍ରିପୁରା ଓ ଉତ୍ତରାଖଣ୍ଡ ଆଦି ୧୧ଟି ରାଜ୍ୟକୁ ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ଦିଆଯାଇଥିବା ମନ୍ତ୍ରୀ କହିଛନ୍ତି। ସେହିପରି ଜାତୀୟ ବିକାଶ ପରିଷଦର ସୁପାରିସ ଅନୁଯାୟୀ ଅର୍ଥନୈତିକ ଦୃଷ୍ଟିରୁ ପଛୁଆ ଓ ଉତ୍ତର ପୂର୍ବାଞ୍ଚଳର ରାଜ୍ୟଗୁଡ଼ିକୁ ସହାୟତା ପାଇଁ କିଛି ମାନଦଣ୍ଡ ଅନ୍ତର୍ଗତ ସ୍ୱତନ୍ତ୍ର ରାଜ୍ୟର ମାନ୍ୟତା ପ୍ରଦାନ କରାଯାଇଥିଲା ବୋଲି ଇନ୍ଦରଜିତ୍‌ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର