ନୂଆଦିଲ୍ଲୀ : କେନ୍ଦ୍ର ସରକାରୀ କର୍ମଚାରୀଙ୍କ ଅବସର ବୟସସୀମା କମାଇବାର କୌଣସି ଯୋଜନା ନାହିଁ ବୋଲି କେନ୍ଦ୍ର ସରକାର ସ୍ପଷ୍ଟ କରିଦେଇଛନ୍ତି ।
କେନ୍ଦ୍ର କାର୍ମିକ ବିଭାଗ ରାଷ୍ଟ୍ରମନ୍ତ୍ରୀ ଜିତେନ୍ଦ୍ର ସିଂ ଲୋକସଭାରେ ଏକ ପ୍ରଶ୍ନର ଲିଖିତ ଉତ୍ତର ଦେଇ କହିଛନ୍ତି ଯେ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ଅବସର ବୟସ ୫୮ ବର୍ଷକୁ ହ୍ରାସ କରିବାର କୌଣସି ପ୍ରସ୍ତାବ ନାହିଁ । ଏବେ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ଅବସର ବୟସ ସୀମା ୬୦ ବର୍ଷ ଅଛି । ସେ ଆହୁରି ମଧ୍ୟ କହିଛନ୍ତି ଯେ ସରକାରୀ ନିୟମ ଅନୁସାରେ ସରକାର ଜଣେ ଦୁର୍ନୀତିଗ୍ରସ୍ତ କିମ୍ବା ଅପାରଗ କର୍ମଚାରୀଙ୍କୁ ଅବସର ସମୟ ପୂର୍ବରୁ ଚାକିରିରୁ ବାଧ୍ୟତାମୂଳକ ଅବସର ଦେଇପାରିବେ । ୩ ମାସ ନୋଟିସ ଦେଇ ସରକାର ଏହା କରିପାରିବେ । ଗତ ବର୍ଷ ସରକାର ଲୋକସଭାରେ କହିଥିଲେ ଯେ ଅବସର ବୟସସୀମା ୬୦ରୁ ୬୨କୁ ବୃଦ୍ଧି କରାଯିବ ନାହିଁ । ଦେଶରେ ମୋଟ ୪୮.୪୧ ଲକ୍ଷ କେନ୍ଦ୍ର ସରକାରୀ କର୍ମଚାରୀ ଅଛନ୍ତି ।
ଗତକାଲି ସରକାର ଦୁର୍ନୀତି ଅଭିଯୋଗରେ ୨୧ ଜଣ ଆୟକର ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଦେଇଥିଲେ । ଏହାକୁ ମିଶାଇ ଗତ ଜୁନଠାରୁ ୫ଟି ପର୍ଯ୍ୟାୟରେ ମୋଟ ୮୫ ଜଣ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ପ୍ରଦାନ କରାଯାଇଛି ।
Advertisment
Sambad is now on WhatsApp
Join and get latest news updates delivered to you via WhatsApp