ଏନ୍‌ଟିପିସି କଣିହା ପ୍ଲାଣ୍ଟ୍‌କୁ ବନ୍ଦ କରିବାର ଯୋଜନା ନାହିଁ

ନୂଆଦିଲ୍ଲୀ : ଅନୁଗୁଳ ଜିଲ୍ଲା ତାଳଚେରସ୍ଥିତ ଏନ୍‌ଟିପିସିର ୩ ହଜାର ମେଗାୱାଟ୍‌ କ୍ଷମତା ବିଶିଷ୍ଟ କଣିହା ପ୍ଲାଣ୍ଟ୍‌ ସେବାରେ ରହିଛି। ଏହାକୁ ବନ୍ଦ କରିବାର କୌଣସି ଯୋଜନା ନାହିଁ। ଆଜି ରାଜ୍ୟସଭାରେ ବିଜେଡି ସାଂସଦ ପ୍ରଶାନ୍ତ ନନ୍ଦଙ୍କ ଅଣତାରକା ପ୍ରଶ୍ନର ଲିଖିତ ଉତ୍ତରରେ ଏହି ସୂଚନା ଦେଇଛନ୍ତି କେନ୍ଦ୍ର ଶକ୍ତି ମନ୍ତ୍ରୀ ଆର୍‌କେ ସିଂହ।

ମନ୍ତ୍ରୀ ତାଙ୍କ ଉତ୍ତରରେ ଉଲ୍ଲେଖ କରି କହିଛନ୍ତି, ୪ ବର୍ଷରୁ ଅଧିକ ପୁରୁଣା ୪୬୦ ମେଗାୱାଟ୍‌ ବିଶିଷ୍ଟ ତାଳଚେର ତାପଜ ବିଦ୍ୟୁତ ଷ୍ଟେସନ୍‌ର ସୁରକ୍ଷା ତଥା ପରିବେଶ ପ୍ରଭାବକୁ ଦୃଷ୍ଟିରେ ରଖି ବିଦ୍ୟୁତ୍‌ ଷ୍ଟେସନକୁ ମାର୍ଚ ୩୧, ୨୦୨୧ରେ ବନ୍ଦ କରିଦିଆ ଯାଇଥିଲା। କେନ୍ଦ୍ର ଶ୍ରମ ଓ ରୋଜଗାର ମନ୍ତ୍ରାଳୟ ଇଣ୍ଡଷ୍ଟ୍ରିଆଲ୍‌ ବିବାଦ ଆଇନ ୧୯୪୭ ଅନ୍ତର୍ଗତ ବିଦ୍ୟୁତ୍‌ ଷ୍ଟେସନ୍‌ର ବନ୍ଦ କରିବା ନେଇ ଅଗଷ୍ଟ ୨୦, ୨୦୨୧ରେ ଅନୁମୋଦନ ପ୍ରଦାନ କରିଥିବା କେନ୍ଦ୍ରମନ୍ତ୍ରୀ ଉତ୍ତରରେ ଉଲ୍ଲେଖ କରିଛନ୍ତି।

ସମ୍ବନ୍ଧିତ ଖବର