ପୁରୀରୁ ବୈଷ୍ଣୋଦେବୀ ଟ୍ରେନ ଆରମ୍ଭ ଯୋଜନା ନାହିଁ

ନୂଆଦିଲ୍ଲୀ : ପୁରୀ ରୁ ବୈଷ୍ଣୋଦେବୀ ଜମ୍ମୁ ପର୍ଯ୍ୟନ୍ତ ସିଧାସଳଖ ଟ୍ରେନ ଆରମ୍ଭ କରିବାର ଯୋଜନା ନାହିଁ। ବିଜେଡି ସାଂସଦ ପ୍ରଶାନ୍ତ ନନ୍ଦଙ୍କ ଅଣତାରକା ପ୍ରଶ୍ନର ଲିଖିତ ଉତ୍ତରରେ ଏହି ସୂଚନା ଦେଇଛନ୍ତି କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ । ସେହିପରି ସମ୍ବଲପୁର-ଜମ୍ମୁତବୀ ଏକ୍ସପ୍ରେସକୁ କଟକ ଦେଇ ପୁରୀ ପର୍ଯ୍ୟନ୍ତ ସଂପ୍ରସାରଣ କରିବାର ଯୋଜନା ନାହିଁ ବୋଲି ମଧ୍ୟ ସେ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର