ନାଗରିକତା ସଂଶୋଧନ ବିଲର କୌଣସି ରାଜନୈତିକ ଏଜେଣ୍ଡା ନାହିଁ: ଶାହ

ମନମୋହନ ସିଂହ, ଏଲ୍‌. କେ. ଆଡଭାନୀ ବି ଶରଣାର୍ଥୀ

ନୂଆଦିଲ୍ଲୀ: ନାଗରିକତା ସଂଶୋଧନ ବିଲ୍‌କୁ‌ ନେଇ କୌଣସି ରାଜନୈତିକ ଏଜେଣ୍ଡା ସରକାରଙ୍କର ନାହିଁ। ଏହା କହିଛନ୍ତି ଗୃହମନ୍ତ୍ରୀ ଅମିତ୍‌ ଶାହ। ବିଲ୍ ଆଗତ କ‌ରି ସେ କହିଥିଲେ କାହାରି ପ୍ରତି ଅନ୍ୟାୟ ହେବାର ପ୍ରଶ୍ନ ଉଠୁନାହିଁ। ୧୯୪୭ରେ ସବୁ ଶରଣାର୍ଥୀ ଯେଉଁମାନେ ଭାରତକୁ ପଳାଇ ଆସିଥିଲେ ସେମାନଙ୍କୁ ସମସ୍ତଙ୍କୁ ଭାରତୀୟ ସମ୍ବିଧାନ ଗ୍ରହଣ କରିଛି। ଦେଶର ଏପରି‌ କୌଣସି ଅଞ୍ଚଳ ନାହିଁ ଯେଉଁଠି କି ପୂର୍ବ ଏବଂ ପଶ୍ଚିମ ପାକିସ୍ତାନର ଶରଣାର୍ଥୀ ବାସ କରିନାହାନ୍ତି। ମନମୋହନ ସିଂହଙ୍କ ଠାରୁ ଆରମ୍ଭ କରି ଏଲ୍‌. କେ. ଆଡଭାନୀଙ୍କ ପର୍ଯ୍ୟନ୍ତ ସମସ୍ତେ ଏହି ବର୍ଗର ବୋଲି ଗୃହମନ୍ତ୍ରୀ କହିଛନ୍ତି। ବିଲ୍ ସମ୍ପର୍କରେ ନିକଟ ଅତୀତରେ ସେ ୧୧୯ ଘଣ୍ଟା ଧରି ୧୪୦ଟି ସ୍ବେଚ୍ଛସେବୀ ସଙ୍ଗଠନ, ରାଜନୈତିକ ଦଳ ଏବଂ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହ ଆଲୋଚନା କରିଛନ୍ତି। ସେମାନଙ୍କ ପରାମର୍ଶକୁ ବିଲ୍‌ରେ ସ୍ଥାନ ଦିଆଯାଇଛି ବୋଲି ଗୃହମନ୍ତ୍ରୀ କହିଛନ୍ତି।

ସମ୍ବନ୍ଧିତ ଖବର