ଚିତା ଅଣାଯିବାରେ ରାଜନୈତିକ ଗୁରୁତ୍ବନାହିଁ କିନ୍ତୁ, ନିରବଚ୍ଛିନ୍ନ ଉଦ୍ୟମ କରିଛୁ: ପ୍ରଧାନମନ୍ତ୍ରୀ ମୋଦୀ

କୁନୋ: ଆଜି ମଧ୍ୟପ୍ରଦେଶର ‘କୁନୋ ଜାତୀୟ ଉଦ୍ୟାନ’କୁ ୮ଟି ଚିତା ଅଣାଯିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନାମିବ୍ୟାକୁ କୃତଜ୍ଞତା ଜଣାଇବା ସହ ଦେଶବାସୀଙ୍କୁ କହିଛନ୍ତି, ଏଥିରେ କୌଣସି ରାଜନୈତିକ ଫାଇଦା ନାହିଁ, କିନ୍ତୁ ୭୦ ବର୍ଷ ପରେ ଭାରତକୁ ଚିତା ଆଣିବା ଲାଗି ସୁନିଶ୍ଚତ ହେବା ପାଇଁ ଆମେ ଅନେକ ବର୍ଷ ଧରି ଚେଷ୍ଟା କରିଛୁ। ଏ ଚିତାମାନେ ଆମ ଅତିଥି। କୁନୋରେ ସେମାନେ ଘର କରନ୍ତୁ।

ପ୍ରଧାନମନ୍ତ୍ରୀ ମୋଦୀ ପୁଣି କହିଛନ୍ତି, ୧୯୫୨ ମସିହାରୁ ଦେଶରୁ ଚିତା ବିଲୁପ୍ତ ‌ବୋଲି ଘୋଷଣା କରାଯିବା ଦୁଃଖର ବିଷୟ। କିନ୍ତୁ, କେତେ ଦଶନ୍ଧି ବିତି ଯାଇଥିଲେ ବି ଚିତା ଅଣାଯିବା ନିମନ୍ତେ ଉଲ୍ଲେଖଯୋଗ୍ୟ ଉଦ୍ୟମ କରାଯାଇ ନ ଥିଲା। ଆଜି ଆମେ ‘ସ୍ବାଧୀନତାର ଅମୃତ ମହୋତ୍ସବ’ ପାଳନ କରୁଥିବା ବେଳେ ନୂଆ ବଳ ନେଇ ଦେଶ ଚିତା ପୁନଃଥଇଥାନ ଆରମ୍ଭ କରିଛି। ‘ସ୍ବାଧୀନତାର ଅମୃତ ମହୋତ୍ସବ’ ଅବସରରେ ଆମେ ବିଲୁପ୍ତ ଚିତା ଫେରାଇ ଆଣିବାକୁ ସମର୍ଥ ହୋଇପାରିଛୁ।

Image Courtesy of ANI

ଚିତା ଆଣିବା ଲାଗି ଆମେ ‘ଚିତା ଆକ୍‌ସନ୍‌ ପ୍ଲାନ୍‌’ ବ୍ୟାପକ କରିଥିଲୁ। ନାମିବ୍ୟାର ବିଶେଷଜ୍ଞମାନଙ୍କ ସହିତ ଆମ ପ୍ରାଣୀବିଜ୍ଞାନୀମାନେ କାର୍ଯ୍ୟ କରିଥିଲେ। ସେମାନେ ଦକ୍ଷିଣ ଆଫ୍ରିକା ଗଲେ ଓ ସେଠାକାର ବିଶେଷଜ୍ଞମାନେ ଏଠାକୁ ଆସିଲେ। ଚିତାଙ୍କ ଆବାସସ୍ଥଳୀ ପାଇଁ ଆମେ ସର୍ବୋତ୍ତମ ସ୍ଥାନ ଖୋଜି ଶେଷରେ ‘କୁନୋ ଜାତୀୟ ଉଦ୍ୟାନ’କୁ ନିରୁପଣ କଲୁ ବୋଲି ସେ କହିଛନ୍ତି।

Image Courtesy of Zee News

ସେ ଆହୁରି ମଧ୍ୟ କହିଛନ୍ତି, ଏଇଟା ସ୍ମରଣୀୟ ମୁହୂର୍ତ୍ତ। ଚିତା ଆମକୁ ପରିବେଶ ସଚେତନ କରାଇବେ। ସ୍ଥାନୀୟ ପରିବେଶ ଏବଂ ଜୈବବିବିଧତା ପୁଣି ଥରେ ବିକଶିତ ହେବ। ଭାରତ ନିମନ୍ତେ ପ୍ରକୃତି ଓ ପରିବେଶ ଏବଂ ପଶୁପକ୍ଷୀ କେବଳ ତିଷ୍ଠି ରହିବା ଓ ସୁରକ୍ଷା ଲାଗି ନୁ‌ହନ୍ତି। ଆମ ପାଇଁ ସେମାନେ ନୈତିକତା ଓ ଅଧ୍ୟାତ୍ମିକତାର ଆଧାର ମଧ୍ୟ।

ସମ୍ବନ୍ଧିତ ଖବର