ଅନୀଲ ଅମ୍ବାନିଙ୍କ କମ୍ପାନିକୁ ଟିକସ ଛାଡ ଫ୍ରାନ୍ସର ଆଇନ ଅନୁସାରେ ହୋଇଛି, ଏହା ପଛରେ କୌଣସି ରାଜନୈତିକ ହସ୍ତକ୍ଷେପ ହୋଇନାହିଁ : ଫ୍ରାନ୍ସ ସରକାର

ନୂଆଦିଲ୍ଲୀ : ରାଫେଲ ବିମାନ କିଣା ପାଇଁ ଅନୀଲ ଅମ୍ବାନିଙ୍କ କମ୍ପାନିକୁ ଟିକସ ଛାଡ କରାଯାଇଥିବା ବିଷୟକୁ ଫ୍ରାନ୍ସ ସରକାର ଖଣ୍ଡନ କରିଛନ୍ତି । ନୂଆଦିଲ୍ଲୀ ସ୍ଥିତ ଫ୍ରାନ୍ସ ଦୂତାବାସ ପକ୍ଷରୁ କୁହାଯାଇଛି ଯେ ଅନୀଲ ଅମ୍ବାନିଙ୍କ କମ୍ପାନୀ ରିଲାଏନ୍ସ ଆଟଲାଣ୍ଟିକ ଫ୍ଲାଗ ଫ୍ରାନ୍ସକୁ କରାଯାଇଥିବା ଟିକସ ଛାଡ ପଛରେ କୌଣସି ରାଜନୈତିକ ହସ୍ତକ୍ଷେପ ନଥିଲା । ଫ୍ରାନ୍ସର ଟିକସ ଆଇନ ପରିସରରେ ରହି ଫ୍ରାନ୍ସର ଟିକସ ବିଭାଗ ଓ ରିଲାଏନ୍ସ ମଧ୍ୟରେ ଏକ ବୁଝାମଣା ହୋଇଥିଲା ।
ଗତକାଲି ରାଫେଲ କ୍ରୟ ପାଇଁ ଭାରତ-ଫ୍ରାନ୍ସ ମଧ୍ୟରେ ଚୁକ୍ତି ହେବାର କିଛି ମାସ ମଧ୍ୟରେ ହିଁ ଫ୍ରାନ୍ସ ସରକାର ରିଲାଏନ୍ସ ଇଣ୍ଡଷ୍ଟ୍ରିଜକୁ ୧୪୩.୭ ନିୟୁତ ୟୁରୋ ଟିକସ ଛାଡ କରିଥିଲେ ବୋଲି ଫ୍ରାନ୍ସର ଏକ ସମ୍ବାଦପତ୍ରରେ ରିପୋର୍ଟ ପ୍ରକାଶ ପାଇବା ପରେ ଭାରତରେ ରାଜନୀତି ଜୋର ଧରିଛି । ମୋଦିଙ୍କ ଯୋଗୁଁ ଏହା ସମ୍ଭବ ହୋଇଛି ବୋଲି କଂଗ୍ରେସ ଅଭିଯୋଗ କରିବା ପରେ ଏହାକୁ ଖଣ୍ଡନ କରିଛନ୍ତି ଉଭୟ ରିଲାଏନ୍ସ ଓ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରାଳୟ ।
ଏହି ଟିକସଛାଡର ସମୟ ଓ ଟିକସଛାଡର କାରଣ ସହିତ ସହ ବର୍ତ୍ତମାନର ସରକାର କରିଥିବା ରାଫେଲ କ୍ରୟ ଚୁକ୍ତିର କୌଣସି ସମ୍ପର୍କ ନାହିଁ । ଯଦି କୌଣସି ସଂପର୍କ ଯୋଡା ଯାଉଛି ତାହା ଭୁଲ ଓ ଲୋକମାନଙ୍କୁ ଭ୍ରମିତ କରିବା ଉଦ୍ଦେଶ୍ୟରେ କରାଯାଉଛି” ମନ୍ତ୍ରାଳୟ କହିଥିଲା ।

ସମ୍ବନ୍ଧିତ ଖବର