ଆରୋଗ୍ୟ ସେତୁ ଆପ୍ ଗୋପନୀୟତା ଉଲ୍ଲଂଘନ କରୁନାହିଁ, ୪୫ରୁ ୬୦ ଦିନ ମଧ୍ୟରେ ଏଥିରୁ କରୋନା ଆକ୍ରାନ୍ତଙ୍କ ତଥ୍ୟ ଡିଲିଟ୍ ହୋଇଯାଉଛି

କେନ୍ଦ୍ରମନ୍ତ୍ରୀ ରବିଶଙ୍କର ପ୍ରସାଦଙ୍କ ମତ

ନୂଆଦିଲ୍ଲୀ: କରୋନା ଭାଇରସ୍‌କୁ ଆୟତ୍ତ କରିବା ପାଇଁ କେନ୍ଦ୍ର ସରକାର ଆରମ୍ଭ କରିଥିବା କଣ୍ଟାକ୍ଟ ଟ୍ରେସିଂ ଆପ୍ ଆରୋଗ୍ୟ ସେତୁ ‌ରାଜ୍ୟସ୍ତରରେ କରୋନା ସଂକ୍ରମିତଙ୍କ ସର୍ଭିଲାନ୍ସ ପାଇଁ ବ୍ୟବହୃତ ହେଉଛି। ଏହି ଆପ୍ ଦ୍ବାରା ବ୍ୟବହାରକାୀଙ୍କ ଗୋପନୀୟତା କ୍ଷୁର୍ଣ୍ଣ ହେଉଛି ବୋଲି ଅଭିଯୋଗ ଆସିବା ପରେ ଏହାକୁ ଅସ୍ବୀକାର କରିଛନ୍ତି କେନ୍ଦ୍ର ମନ୍ତ୍ରୀ ରବିଶଙ୍କର ପ୍ରସାଦ।

ନିକଟରେ ଏକ ସାକ୍ଷାତ୍‌କାରରେ ମନ୍ତ୍ରୀ ରବି ପ୍ରସାଦ କହିଛନ୍ତି କି, ‘କୋଟି କୋଟି ବ୍ୟବହାରକାରୀ ଏହି ଆପ୍‌କୁ ଡାଉନ୍‌ଲୋଡ୍‌ କରିଛନ୍ତି। ଏହା ହେଉଛି ପ୍ରମାଣ ଯେ ଏହି ଆପ୍‌କୁ ନେଇ ଲୋକଙ୍କ ମନରେ ଭରସା ରହିଛି। ଆରୋଗ୍ୟ ସେତୁରେ କୌଣସି ପ୍ରକାରର ବ୍ୟକ୍ତିଗତ ଗୋପନୀୟତା ଉଲ୍ଲଂଘନ ହେଉନାହିଁ। ଏଥିରୁ ସାଧାରଣ ବ୍ୟବହାରକାରୀଙ୍କ ତଥ୍ୟ ୩୦ ଦିନ ମଧ୍ୟରେ ଡିଲିଟ୍ ହୋଇଯାଉଥିବା ବେଳେ କରୋନା ଆକ୍ରାନ୍ତଙ୍କ ତଥ୍ୟ  ୪୫ରୁ ୬୦ ଦିନ ମଧ୍ୟରେ ଡିଲିଟ୍‌ କରିଦେବାର ବ୍ୟବସ୍ଥା ରହିଛି।’

India Today

ନିକଟରେ କଂଗ୍ରେସର ବରିଷ୍ଠ ନେତା ରାହୁଲ୍‌ ଗାନ୍ଧୀ ଏହି ଆପ୍‌କୁ ନେଇ ଅଭିଯୋଗ ଆଣିବା ପରେ ଏହାକୁ ରବିଶଙ୍କର ଅସ୍ବୀକାର କରିଛନ୍ତି। ରବି ଶଙ୍କର କହିଛନ୍ତି, ‘ଦେଶ ଏପରି ଏକ ମହାମାରୀ ସହ ଲଢ଼େଇ କରୁଥିବା ବେଳେ ରାହୁଲ୍‌ ରାଜନୀତିକୁ ଭିତରକୁ ନ ଆଣନ୍ତୁ। ଯଦି ସେ ପ୍ରଯୁକ୍ତିବିଦ୍ୟା ଓ ଅର୍ଥନୀତିକୁ ବୁଝିଥାନ୍ତେ ତେବେ ଯୁକ୍ତି କରିଥିଲେ ଭଲ ହୋଇଥାନ୍ତା।’

ଆରୋଗ୍ୟ ସେତୁ ଆପ୍ ବିଷୟରେ ବର୍ଣ୍ଣନା କରି ରବିଶଙ୍କର କହିଛନ୍ତି କି, ଯେତେବେଳେ କରୋନା ଭାଇରସ୍‌ର ମୂଳପୋଛ କରିବାର ସେପରି କୌଣସି ଡାକ୍ତରୀ ଉପାୟ ନାହିଁ, ଆରୋଗ୍ୟ ସେତୁ ସେହି ସମୟରେ କୋଟି କୋଟି ଲୋକଙ୍କୁ ଏହି ମହାମାରୀ ବିଷୟରେ ସଚେତନ କରାଉଛି।

ସମ୍ବନ୍ଧିତ ଖବର