ସୁଶାନ୍ତଙ୍କ ଆକାଉଣ୍ଟରୁ ରିୟା ୧୫କୋଟି ଟଙ୍କା ଉଠାଇଥବାର କୌଣସି ପ୍ରମାଣ ନାହିଁ: ସିବିଆଇ

ମୁମ୍ବାଇ: ବଲିଉଡ ଅଭିନେତା ସୁଶାନ୍ତଙ୍କ ମୃତ୍ୟୁ ପରେ ତାଙ୍କ ପ୍ରେମିକା ରିୟା ଚକ୍ରବର୍ତ୍ତୀଙ୍କ ଉପରେ ହତ୍ୟା ଆରୋପ ଲଗାଇଥିଲେ ସୁଶାନ୍ତଙ୍କ ବାପା କେକେ ସିଂହ। ଏହା ସହ ସୁଶାନ୍ତଙ୍କ ବ୍ୟାଙ୍କ୍‌ ଆକାଉଣ୍ଟ୍‌ରୁ ରିୟା ୧୫ କୋଟି ଟଙ୍କା ଉଠାଇ ନେଇଛନ୍ତି ବୋଲି ସେ ଅଭିଯୋଗ କରିବା ପରେ ସତ ଜାଣିବା ପାଇଁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ତଦନ୍ତ ଆରମ୍ଭ କରିଥିଲା। ହେଲେ ତଦନ୍ତ ପରେ ଇଡି ହାତରେ ସେଭଳି କୌଣସି ପ୍ରମାଣ ଲାଗି ପାରିନାହିଁ। ସିବିଆଇ ପକ୍ଷରୁ କୁହାଯାଇଛି ଯେ, ରିୟା ସୁଶାନ୍ତଙ୍କ ଆକାଉଣ୍ଟରୁ ୧୫କୋଟି ଟଙ୍କା ଉଠାଇଥିବା ନେଇ କୌଣସି ପ୍ରମାଣ ନାହିଁ। ଏବେ ଆମେ ଆତ୍ମହତ୍ୟାର କାରଣ ଜାଣିବା ପାଇଁ ତଦନ୍ତ କରିବୁ। ଏହା ସହ ସୁଶାନ୍ତଙ୍କ ମୃତ୍ୟୁ ସହ ତାଙ୍କ ପୂର୍ବ ମ୍ୟାନେଜର ଦିଶାଙ୍କ ମୃତ୍ୟୁର କୌଣସି ସଂପର୍କ ନଥିବା ସିବିଅଆଇ ସ୍ପଷ୍ଟ କରିଛି।

www.indiatoday.in

ଏ ମଧ୍ୟରେ ଡ୍ରଗ୍ସ କାରବାରକୁ ନେଇ ଗିରଫ ହୋଇଥିବା ଅଭିନେତ୍ରୀ ରିୟାଙ୍କୁ ଆଜି ସର୍ତ୍ତମୂଳକ ଜାମିନ ମିଳିଛି। ରିୟାଙ୍କ ସମେତ ସୁଶାନ୍ତଙ୍କ ହାଉସ ମ୍ୟାନେଜର ସାମୁଏଲ ମିରାଣ୍ଡା ଓ ରୋଷେୟା ଦୀପେଶ ସାୱନ୍ତଙ୍କୁ ଜାମିନ ମିଳିଛି। ହେଲେ ରିୟାଙ୍କ ଭାଇ ସୌଭିକଙ୍କ ଜାମିନ ଆବେଦନ ଖାରଜ କରିଛନ୍ତିି ବମ୍ବେ ହାଇକୋର୍ଟ।

ସମ୍ବନ୍ଧିତ ଖବର