ଯଦି କେନ୍ଦ୍ର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରେ ତେବେ ଟ୍ୱିଟରକୁ କୌଣସି ଆଇନଗତ ସୁରକ୍ଷା ମିଳିବ ନାହିଁ: ଦିଲ୍ଲୀ ହାଇକୋର୍ଟ

ନୂଆଦିଲ୍ଲୀ: ଟ୍ୱିଟରକୁ ଚେତାବନୀ ଦେଲେ ଦିଲ୍ଲୀ ହାଇକୋର୍ଟ | ମେ’ ମାସରେ ଲାଗୁ କରାଯାଇଥିବା ନୂଆ ଆଇଟି ନିୟମ ଅନୁଯାୟୀ ଟ୍ୱିଟରକୁ ରେସିଡେଣ୍ଟ ଗ୍ରୀଭେନ୍ସ ଅଫିସର (ଆରଜିଓ) ନିଯୁକ୍ତ କରିବା କଥା | କିନ୍ତୁ ଟ୍ୱିଟର ଆରଜିଓ ନିଯୁକ୍ତ ନକରିବା ସହ ନୂଆ ନିୟମ ପାଳନ କରୁନାହିଁ | ଆଜି ଏନେଇ ଦିଲ୍ଲୀ ହାଇକୋର୍ଟ କହିଛନ୍ତି ଯେ, ଯଦି ଟ୍ୱିଟର ନୂତନ ସୂଚନା ପ୍ରଯୁକ୍ତିବିଦ୍ୟା (ଆଇଟି) ନିୟମ ୨୦୨୧ ଅନୁସରଣ ନକରେ ଓ ଆରଜିଓ ନିଯୁକ୍ତ କରିବାରେ ବିଫଳ ହୁଏ ତେବେ ଟ୍ୱିଟର ଆଇନଗତ ସୁରକ୍ଷା ହରାଇବ |

ଟ୍ୱିଟର ଦ୍ୱାରା ନିଯୁକ୍ତ ମଧ୍ୟବର୍ତ୍ତୀ ଅଧିକାରୀମାନଙ୍କୁ ଦୁଇ ଦିନ ମଧ୍ୟରେ ଆଫିଡେଭିଟ୍ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଦିଲ୍ଲୀ ହାଇକୋର୍ଟ, ଯାହାଦ୍ୱାରା ସେମାନେ ଦିଆଯାଇଥିବା କର୍ତ୍ତବ୍ୟର ଦାୟିତ୍ୱ ଗ୍ରହଣ କରିପାରିବେ।

No interim protection to Twitter over non-compliance of I-T Rules 2021, Delhi High Court says
English News Headlines

ଏହା ପୂର୍ବରୁ ଆରଜିଓ ନିଯୁକ୍ତ ନେଇ ଟ୍ୱିଟର କହିଥିଲା ଯେ, ନୂତନ ଆଇଟି ନିୟମ ଅନୁଯାୟୀ ଆରଜିଓ ନିଯୁକ୍ତ କରିବାକୁ ଆଉ ଆଠ ସପ୍ତାହ ଲାଗିବ। ଆରଜିଓ ନିଯୁକ୍ତ ପ୍ରକ୍ରିୟା ଚାଲୁଥିବା ନେଇ ମାଇକ୍ରୋବ୍ଲଗିଂ ପ୍ଲାଟଫର୍ମ ଦିଲ୍ଲୀ ହାଇକୋର୍ଟଙ୍କୁ ଜଣାଇବା ପରେ ନୂତନ ଆଇଟି ନିୟମ ଅନୁଯାୟୀ କେବେ ଆରଜିଓ ନିଯୁକ୍ତ କରାଯିବ ସେନେଇ ଦିଲ୍ଲୀ ହାଇକୋର୍ଟ ଗତ ମଙ୍ଗଳବାର ଟ୍ୱିଟରକୁ ପଚାରିଥିଲେ । ଜୁଲାଇ ୮ରେ ଟୁଇଟରକୁ ଉତ୍ତର ରଖିବାକୁ କୁହାଯାଇଥିବା ବେଳେ ଆଜି ଆରଜିଓ ନିଯୁକ୍ତ କରିବାକୁ ଆଉ ୮ସପ୍ତାହ ଲାଗିବ ବୋଲି କହିଛି ଟୁଇଟର |

ସମ୍ବନ୍ଧିତ ଖବର