ଆସନ୍ତା ୨ ଦିନ ପର୍ଯ୍ୟନ୍ତ ରାପିଡ ଟେଷ୍ଟ ନକରିବାକୁ ରାଜ୍ୟମାନଙ୍କୁ କହିଲା ଆଇସିଏମଆର

ନୂଆଦିଲ୍ଲୀ : ରାପିଡ୍ ଟେଷ୍ଟିଂ କିଟ ଗୁଡ଼ିକର ଫଳାଫଳରେ ଭିନ୍ନତା ପରିଲକ୍ଷିତ ହେଉଥିବାରୁ ଆସନ୍ତା ୨ ଦିନ ପର୍ଯ୍ୟନ୍ତ ରାପିଡ ଟେଷ୍ଟ ନକରିବାକୁ ଭାରତୀୟ ଭେଷଜ ଗବେଷଣା ପରିଷଦ (ଆଇସିଏମଆର) ପକ୍ଷରୁ ପରାମର୍ଶ ଜାରି କରାଯାଇଛି ।

ଆଇସିଏମଆର ପକ୍ଷରୁ  ଡ. ରମନ ଗଙ୍ଗାଖେଡକର କହିଛନ୍ତି ଯେ  ରାପିଡ ଟେଷ୍ଟ କିଟ (ଆରଟି-ପିସିଆର)  ଗୁଡ଼ିକର ଫଳାଫଳରେ ଭିନ୍ନତା ପରିଲକ୍ଷିତ ହେଉଥିବାରୁ ଏସବୁ କିଟଗୁଡ଼ିକର ଯାଞ୍ଚ କରିବାକୁ ବିଭିନ୍ନ ସ୍ଥାନକୁ ଟିମ ପ୍ରେରଣ କରାଯିବ । ଏହି ଯାଞ୍ଚ ପୂରଣ ନହେବା ପର୍ଯ୍ୟନ୍ତ ରାପିଡ ଟେଷ୍ଟ ବନ୍ଦ କରିବାକୁ ରାଜ୍ୟମାନଙ୍କୁ ଆଇଏସଏମଆର ଓ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ପରାମର୍ଶ ଦିଆଯାଇଛି ।

ଡ.ଗଙ୍ଗାଖେଡକର କହିଛନ୍ତି ଯେ ଆସନ୍ତା କାଲି ଏସବୁ କିଟ ଗୁଡଡ଼ିକର ଯାଞ୍ଚ ପାଇଁ ୮ଟି ବିଶେଷଜ୍ଞ ଟିମ ପ୍ରେରଣ କରାଯିବ । ଏହା ସହିତ ତ୍ରୁଟିପୂର୍ଣ୍ଣ କିଟ ପ୍ରେରଣ କରିଥିବା କମ୍ପାନିମାନଙ୍କୁ ଏବାବଦରେ ଅବଗତ କରାଯିବ ।

ଏହା ପୂର୍ବରୁ ରାପିଡ ଟେଷ୍ଟ କିଟ ସଂପର୍କରେ ରାଜସ୍ଥାନ ସରକାର ଆପତ୍ତି ଉଠାଇ ଏହି ପରୀକ୍ଷାକୁ ବନ୍ଦ କରିଦେଇଥିଲେ । ଏହି କିଟଗୁଡ଼ିକରେ ଭୁଲ ଫଳାଫଳ ବାହାରୁଛି । ମାତ୍ର ୫.୪ ପ୍ରତିଶତ ସଠିକ ରିପୋର୍ଟ ବାହାରୁଛି ବୋଲି ରାଜ୍ୟର ସ୍ୱାସ୍ଥ୍ୟମନ୍ତ୍ରୀ ରଘୁ ଶର୍ମା କେନ୍ଦ୍ର ସରକାରଙ୍କୁ ଜଣାଇଥିଲେ ।

ସମ୍ବନ୍ଧିତ ଖବର