ନୂଆଦିଲ୍ଲୀ: ଜାତୀୟ ଅନୁସୂଚିତ ଜନଜାତି ଆୟୋଗ ପକ୍ଷରୁ ଆଜି ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ‘ପୋଲାଭରମ ପ୍ରକଳ୍ପ ପ୍ରଭାବିତ ଆଦିବାସୀ ଲୋକ’ଙ୍କ ସମ୍ପର୍କିତ ଏକ ସ୍ୱତନ୍ତ୍ର ରିପୋର୍ଟ ପ୍ରଦାନ କରାଯାଇଛି। ରିପୋର୍ଟରେ ପୋଲାଭରମ ପ୍ରକଳ୍ପ ଯୋଗୁଁ ପ୍ରଭାବିତ ହେଉଥିବା ଆଦିବାସୀମାନଙ୍କ ପୁନର୍ବାସ ଓ ଥଇଥାନ ସଂକ୍ରାନ୍ତ ପଦକ୍ଷେପ ନେବାପାଇଁ ଏକାଧିକ ସୁପାରିଶ କରାଯାଇଛି। ପ୍ରକଳ୍ପ ଅଞ୍ଚଳରେ ପ୍ରଭାବିତ ଆଦିବାସୀମାନଙ୍କ ପାଇଁ ଆନ୍ଧ୍ରପ୍ରଦେଶ ସରକାରଙ୍କୁ ସମସ୍ତ ପ୍ରକାର ବ୍ୟବସ୍ଥା ତଥା ଭିତ୍ତିଭୂମିର ନିର୍ମାଣ, ବିସ୍ଥାପିତ ଅଧିବାସୀମାନଙ୍କୁ ଚାକିରି ବ୍ୟବସ୍ଥା ପାଇଁ ସୁପାରିସ କରାଯାଇଛି। ତେବେ ଜାତୀୟ ଅନୁସୂଚିତ ଜନଜାତି ଆୟୋଗ ଦ୍ୱାରା ରାଷ୍ଟ୍ରପତିଙ୍କୁ ହସ୍ତଗତ କରାଯାଇଥିବା ରିପୋର୍ଟରେ ଏହି ପ୍ରକଳ୍ପ ଯୋଗୁଁ ଓଡ଼ିଶାର ଆଦିବାସୀ ଅଞ୍ଚଳ କିଭଳି ପ୍ରଭାବିତ ହେବାର ସମ୍ଭାବନା ଅଛି ସେମ୍ପର୍କରେ ରିପୋର୍ଟରେ କିଛି ମଧ୍ୟ ଉଲ୍ଲେଖ କରାଯାଇନାହିଁ। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏହି ପ୍ରକଳ୍ପ ନିର୍ମାଣ ଯୋଗୁଁ ଆଦିବାସୀମାନେ କିଭଳି ପ୍ରଭାବିତ ହେବେ ସେନେଇ ଓଡ଼ିଶା ଓ ଆନ୍ଧ୍ରପ୍ରଦେଶର ବିଭିନ୍ନ ସଂଗଠନ ମାନଙ୍କ ଦ୍ୱାରା ଜାତୀୟ ଅନୁସୁଚିତ ଜନଜାତି ଆୟୋଗରେ ଏକାଧିକ ପିଟିସନ୍ ଦାଖଲ କରାଯାଇଥିଲା। ପିଟିସନ୍ ଆଧାରରେ ଆୟୋଗର ଟିମ୍ ମାର୍ଚ୍ଚ ୨୬ରୁ ୨୮ ପର୍ଯ୍ୟନ୍ତ ପୋଲାଭରମ ପ୍ରକଳ୍ପ ଅଞ୍ଚଳ ଗସ୍ତ କରି ସ୍ଥିତି ସମୀକ୍ଷା କରିଥିଲେ। ପ୍ରକଳ୍ପ ପ୍ରଭାବିତ ଆଦିବାସୀ ଲୋକମାନଙ୍କ ସହ ଆଲୋଚନା କରିବାପରେ ଟିମ୍ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ସହ ବୈଠକ କରିଥିଲା। ଏହାପରେ ରିପୋର୍ଟ ପ୍ରସ୍ତୁତ କରାଯାଇ ଆଜି ସନ୍ଧ୍ୟାରେ ରାଷ୍ଟ୍ରପତିଙ୍କୁ ପ୍ରଦାନ କରାଯାଇଥିଲା। ଆୟୋଗ ଅଧ୍ୟକ୍ଷ ନନ୍ଦ କୁମାର ସାଏ ଓ ଅନ୍ୟ ସଦସ୍ୟମାନେ ରାଷ୍ଟ୍ରପତିଙ୍କୁ ରିପୋର୍ଟ ଉପସ୍ଥାପନ ସମୟରେ ଉପସ୍ଥିତ ଥିଲେ।
ପ୍ରଭାବିତ ଆଦିବାସୀଙ୍କ ରିପୋର୍ଟରେ ଓଡ଼ିଶା ସମ୍ପର୍କରେ କିଛି ନାହିଁ
ପୋଲାଭରମ ପ୍ରକଳ୍ପ
/sambad/media/post_attachments/wp-content/uploads/2017/12/polavaram-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)