ଜାନୁଆରି ୧୫ ପର୍ଯ୍ୟନ୍ତ ରାଜନୈତିକ ସଭା, ରାଲି, ରୋଡ ସୋ ଉପରେ କଟକଣା ଲଗାଇଲେ ନିର୍ବାଚନ ଆୟୋଗ

ନୂଆଦିଲ୍ଲୀ : ଆଜି ୫ଟି ରାଜ୍ୟର ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା ସହ ଆଦର୍ଶ ନିର୍ବାଚନ ଆଚରଣ ବିଧି ଲାଗୁ ହୋଇଛି । ଏହା ସହିତ କୋଭିଡ ସଂକ୍ରମଣକୁ ଦୃଷ୍ଟିରେ ରଖି ଆୟୋଗ କେତେକ ନୂଆ କଟକଣା ଲଗାଇଛନ୍ତି । ଆସନ୍ତା ୧୫ ତାରିଖ ପର୍ଯ୍ୟନ୍ତ କୌଣସି ରାଜନୈତିକ ଦଳ ନିର୍ବାଚନୀ ସଭା, ରାଲି, ରୋଡ ସୋ, ପଦଯାତ୍ରା, ସାଇକେଲ ବା ବାଇକ ଆଦି କରିପାରିବେ ନାହିଁ ବୋଲି ଆୟୋଗ କଟକଣା ଜାରି କରିଛନ୍ତି । ୧୫ ତାରିଖ ପରେ ସ୍ଥିତିର ସମୀକ୍ଷା ପରେ ଆୟୋଗ ପରବର୍ତ୍ତୀ ନିର୍ଦ୍ଦେଶ ଜାରି କରିବେ ।

ଅନ୍ୟପକ୍ଷରେ ଚଳିତ ଥର ପାରମ୍ପରିକ ଜନସଭା ଅପେକ୍ଷା ଭର୍ଚୁଆଲ ଜନସଭା, ଜିଜିଟାଲ ପ୍ରଚାର ଉପରେ ଗୁରୁତ୍ବ ଦେବାକୁ ଆୟୋଗ ରାଜନୈତିକ ଦଳମାନଙ୍କୁ  ନିବେଦନ କରିଛନ୍ତି ।

ସେ କହିଛନ୍ତି ଯେ କରୋନା ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ଆୟୋଗ କେନ୍ଦ୍ର ଗୃହ ମନ୍ତ୍ରାଳୟ, ସ୍ବାସ୍ଥ୍ୟ ମନ୍ତ୍ରାଳୟ, ରାଜ୍ୟମାନଙ୍କ ମୁଖ୍ୟ ଶାସନ ସଚିବ ଓ ସ୍ବାସ୍ଥ୍ୟ ସଚିବ, ବିଶେଷଜ୍ଞମାନଙ୍କ ସହ ଆଲୋଚନା କରିବା ପରେ ସଂପୂର୍ଣ୍ଣ କୋଭିଡ କଟକଣା ମଧ୍ୟରେ ନିର୍ବାଚନ ଆୟୋଜନ କରିବାକୁ ନିଷ୍ପତ୍ତି ନେଇଛନ୍ତି ।

କୋଭିଡ ସଂକ୍ରମଣରୁ ସୁରକ୍ଷା ପାଇଁ ନିର୍ବାଚନ ପରିଚାଳନା କରୁଥିବା କର୍ମଚାରୀ ଓ ଅଧିକାରୀମାନଙ୍କୁ ବୁଷ୍ଟର ଡୋଜ ଦିଆଯିବ ବୋଲି ସେ କହିଛନ୍ତି ।

 

ସମ୍ବନ୍ଧିତ ଖବର