୨୦୨୦ ଏପ୍ରିଲ୍‌ ପହିଲାରୁ ଭାରତ ଷ୍ଟେଜ୍‌- ଫୋର୍‌ ଯାନବାହନ ବିକ୍ରୟ ଓ ପଞ୍ଜିକରଣ ବନ୍ଦ: ସୁପ୍ରିମ୍‌ କୋର୍ଟ

ନୂଆଦିଲ୍ଲୀ: ୨୦୨୦ ମସିହା ଏପ୍ରିଲ୍‌ ପହିଲାରୁ ଦେଶରେ କେବଳ ୟୁରୋ- ସିକ୍ସ୍‍ ଇନ୍ଧନ ନିର୍ଗମନ ନୀତି ସହ ମେଳ ଖାଉଥିବା ଯାନବାହନ ବିକ୍ରୟ କରାଯିବାକୁ ଅନୁମତି ପ୍ରଦାନ କରାଯିବ ବୋଲି ବୁଧବାର ଦିନ ସୁପ୍ରିମ୍‌ କୋର୍ଟ ରାୟ ଦେଇଛନ୍ତି।

୨୦୨୦ ମସିହା ଏପ୍ରିଲ୍‌ ୧ ତାରିଖ ପରେ ସମଗ୍ର ଦେଶରେ କେବଳ ଭାରତ ଷ୍ଟେଜ୍‌ -ଫୋର୍‌ ଇନ୍ଧନ ବ୍ୟବହାର କରୁଥିବା କୌଣସି ଯାନବାହନ ବିକ୍ରୟ କିଂବା ପଞ୍ଜିକରଣ କରାଯିବ ନାହିଁ ବୋଲି ସୁପ୍ରିମ୍‌ କୋର୍ଟ ତାଙ୍କର ଆଦେଶରେ କହିଛନ୍ତି।

ସମ୍ପ୍ରତି ଭାରତରେ ଯାନବାହନ ସବୁ ୟୁରୋ ଫୋର୍‌ ମାନ ସହ ମେଳ ଖାଉଥିବା ଭାରତ ଷ୍ଟେଜ୍‌ ଫୋର୍‌ ଇନ୍ଧନ ବ୍ୟବହାର କରୁଛନ୍ତି। ୟୁରୋ ଫାଇଭ୍‌ ନିୟମକୁ ଟପି ଏପ୍ରିଲ୍‌ ୨୦୨୦ରୁ ସରକାର ୟୁରୋ ସିକ୍ସ୍‍ ସ୍ତରକୁ ଯିବାକୁ ନିଷ୍ପତ୍ତି ନେଇଛନ୍ତି।

ସମ୍ବନ୍ଧିତ ଖବର