ଉତ୍ତର ପ୍ରଦେଶ ମଦ୍ରାସାର ୧ମରୁ ୮ମ ଶ୍ରେଣୀ ପିଲାଙ୍କୁ ମିଳିବ ନାହିଁ ବୃତ୍ତି

ଲକ୍ଷ୍ନୌ: ଉତ୍ତର ପ୍ରଦେଶର ମଦ୍ରାସାଗୁଡ଼ିକରେ ୧ମରୁ ୮ମ ଶ୍ରେଣୀ ପର୍ଯ୍ୟନ୍ତ ପଢୁଥିବା ଶିକ୍ଷାର୍ଥୀମାନଙ୍କୁ ବୃତ୍ତି ପାଇଁ ଆବେଦନ ନ କରିବା ଲାଗି କେନ୍ଦ୍ର ସରକାର କହିଛନ୍ତି।

ଉଲ୍ଲେଖଯୋଗ୍ୟ, ଏପର୍ଯ୍ୟନ୍ତ ୧ମରୁ ୫ମ ଶ୍ରେଣୀ ପର୍ଯ୍ୟନ୍ତ ଶିକ୍ଷାର୍ଥୀମାନଙ୍କୁ ୧୦୦୦ ଟଙ୍କା ଲେଖାଏଁ ବୃତ୍ତି ଦିଆଯାଉଥିଲା। ସେହିପରି ୬ଷ୍ଠରୁ ୮ମ ଶ୍ରେଣୀ ପର୍ଯ୍ୟନ୍ତ ଶିକ୍ଷାର୍ଥୀମାନଙ୍କୁ ବିଭିନ୍ନ ପାଠ୍ୟକ୍ରମ ଆଧାରରେ ବୃତ୍ତି ଯୋଗାଇ ଦିଆଯାଉଥିଲା।

Image Courtesy of India TV News

ଗତବର୍ଷ ୧୬,୫୫୮ଟି ମଦ୍ରାସାର ପ୍ରାୟ ୫ ଲକ୍ଷ ଶିକ୍ଷାର୍ଥୀ ବୃତ୍ତି  ପାଇଥିଲେ।

କେନ୍ଦ୍ର ସରକାରଙ୍କ କହିବା ଅନୁସାରେ, ଶିକ୍ଷା ଅଧିକାର ଆଇନ ଅନୁସାରେ, ୧ମରୁ ୮ମ ଶ୍ରେଣୀ ପର୍ଯ୍ୟନ୍ତ ପିଲାମାନଙ୍କୁ ମାଗଣାରେ ଶିକ୍ଷା ଦିଆଯାଉଛି। ମଦ୍ରାସାଗୁଡ଼ିକରେ ମଧ୍ୟାହ୍ନ ଭୋଜନ ଓ ବହିପତ୍ର ବି ମାଗଣାରେ ଦିଆଯାଉଛି। ଏଥିସହିତ ଶିକ୍ଷାର୍ଥୀମାନଙ୍କୁ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସାମଗ୍ରୀ ମଧ୍ୟ ଯୋଗାଇ ଦିଆଯାଉଛି। ସେଥିପାଇଁ ଉପରୋକ୍ତ ଶ୍ରେଣୀର ଶିକ୍ଷାର୍ଥୀମାନଙ୍କର ବୃତ୍ତି ବନ୍ଦ କରାଗଲା।

କିନ୍ତୁ, କେବଳ ୯ମ ଓ ୧୦ମ ଶ୍ରେଣୀର ଶିକ୍ଷାର୍ଥୀମାନଙ୍କୁ ବୃତ୍ତି ମିଳିବ। ସେଥିପାଇଁ ସେମାନେ ଆବେଦନ କରିପାରିବେ।

ସମ୍ବନ୍ଧିତ ଖବର