ମୁମ୍ବାଇ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ଏନଡିଏ ସରକାର ବିରୋଧରେ ତେଲଗୁଦେଶମ ପାର୍ଟି ପକ୍ଷରୁ ଲୋକସଭାରେ ଆଗତ ଅନାସ୍ଥା ପ୍ରସ୍ତାବ ପ୍ରସଙ୍ଗରେ ବିଜେପିର ସହଯୋଗୀ ଶିବସେନା ଭୋଟ୍ ଦାନରୁ ବିରତ କରିବା ଘଟଣା ପରେ ବିଜେପି- ଶିବସେନା ମେଣ୍ଟରେ ସୃଷ୍ଟି ହୋଇଥିବା ଫାଟ ବୃଦ୍ଧି ପାଇଛି। ପୂର୍ବରୁ ଶିବସେନା ମୁଖପାତ୍ର ସଞ୍ଜୟ ରାଉତ ବିଭିନ୍ନ ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରି ବିଜେପିକୁ ଅଡ଼ୁଆରେ ପକାଇବା ସହିତ ଆଗାମୀ ୨୦୧୯ ଲୋକସଭା ନିର୍ବାଚନରେ ବିଜେପି ସହିତ ମେଣ୍ଟ ସମ୍ଭବ ନୁହେଁ ବୋଲି କହିଥିଲେ। ଏହା ସତ୍ତ୍ୱେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ଶିବସେନା ସୁପ୍ରିମୋ ଉଦ୍ଧବ ଠାକରେଙ୍କୁ ଭେଟିବା ସହିତ ମେଣ୍ଟ ନେଇ ସମ୍ଭାବନା ରହିଛି ବୋଲି ଏକ ବାର୍ତ୍ତା ଦେଇଥିଲେ। ମାତ୍ର ଅଆସ୍ଥା ପ୍ରସ୍ତାବ ଭୋଟ୍ରୁ ଶିବସେନା ବିରତ ରହିବା ଓ ଶିବସେନାର ମୁଖପତ୍ର ‘ସାମ୍ନା’ରେ ଶିବସେନା ସୁପ୍ରିମୋ ଉଦ୍ଧବ ଠାକ୍ରେଙ୍କ ସାକ୍ଷାତକାର ପରିପ୍ରେକ୍ଷୀରେ ବିଜେପି ଏକାକୀ ନିବାଚନ ଲଢ଼ିବାକୁ ଯାଉଥିବା ଜଣାପଡ଼ିଛି। ଏପରିକି ଦଳୀୟ ଅଧ୍ୟକ୍ଷ ଅମିତ ଶାହ ମହାରାଷ୍ଟ୍ର ବିଜେପି ଶାଖାର କର୍ମକର୍ତ୍ତାଙ୍କୁ ଏ ନେଇ କାର୍ଯ୍ୟ ଆରମ୍ଭ କରିବାକୁ ନିର୍ଦ୍ଦେଶ ଦେଇଥିିବା ଜଣାପଡ଼ିଛି।
ସୂଚନାଯୋଗ୍ୟ ଯେ ନିକଟରେ ସାମ୍ନାରେ ଏକ ସାକ୍ଷତାକାର ଦେଇ ଉଦ୍ଧବ ଠାକ୍ରେ କହିଥିଲେ ଯେ ଦଳ ଅନାସ୍ଥା ପ୍ରସ୍ତାବରେ ସରକାରଙ୍କୁ ସମର୍ଥନ କରିବା ନାର୍ହିଁ କିମ୍ବା ମୋଦିଙ୍କ ସ୍ୱପ୍ନ ପାଇଁ ଦଳ କୌଣସି କାର୍ଯ୍ୟ କରିବ ନାହିଁ। ସେହିପରି ସେନା ସାଂସଦ ଅନୀଲ ଦେଶାଇଙ୍କୁ ମନ୍ତ୍ରୀ କରିବା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ରାଷ୍ଟ୍ରପତିଙ୍କୁ ଅବଗତ କରାଯାଇଥିଲା। ମାତ୍ର ସେନା ମୁଖ୍ୟ ଶ୍ରୀ ଠାକ୍ରେ କେନ୍ଦ୍ରରେ ଅନୀଲଙ୍କୁ ମନ୍ତ୍ରୀ ହେବା ପାଇଁ ଅନୁମତି ଦେଇ ନ ଥିଲେ। ତା ପରଠାରୁ ଅର୍ଥାତ ଗତ ୨୦୧୪ ମସିହା ନଭେମ୍ବର ମାସ ଠାରୁ ଆଉ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସେନାକୁ ମନ୍ତ୍ରୀମଣ୍ଡଳରେ ସାମିଲ ହେବା ପାଇଁ ସୁଯୋଗ ଦେଇ ନାହାଁନ୍ତି। ତେଣୁ ସେହି ଦିନ ଠାରୁ ସେନା- ବିଜେପି ସମ୍ପର୍କ ତିକ୍ତ ହେବାରେ ଲାଗିଛି।
ଫାଟ ବଢ଼ୁଛି: ଶିବସେନା ସହିତ ମେଣ୍ଟ ନ କରି ଏକାକୀ ଲଢ଼ିବ ବିଜେପି !
/sambad/media/post_attachments/wp-content/uploads/2018/07/sena-bjp.jpeg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)