ଟିକାର ଅଭାବ ନେଇ ଅଭିଯୋଗ ଆସିବା ପରେ ଏହାକୁ ଖଣ୍ଡନ କଲେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ହର୍ଷ ବର୍ଦ୍ଧନ

ନୂଆଦିଲ୍ଲୀ: ଟିକା ଅଭାବ ନେଇ କିଛି ରାଜ୍ୟ ଅଭିଯୋଗ କରିବା ପରେ ଏନେଇ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ହର୍ଷ ବର୍ଦ୍ଧନଙ୍କୁ ପ୍ରଶ୍ନ କରାଯାଇଥିଲା। ଦେଶରେ ଟିକାର ଅଭାବ ରହିଛି କି? କିଛି ଲୋକ ଟିକା ନେବାରୁ ବଞ୍ଚିତ ହେବେ କି? ବୋଲି ପ୍ରଶ୍ନ କରାଯାଇଥିବା ବେଳେ ଉତ୍ତରରେ ଟିକାର ଅଭାବ ନଥିବା କହିଛନ୍ତି କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ହର୍ଷ ବର୍ଦ୍ଧନ।

ସେ କହିଛନ୍ତି ଯେ, କୌଣସି ରାଜ୍ୟ ଟିକା ଅଭାବର ସମ୍ମୁଖୀନ ହେଉନାହାଁନ୍ତି ଏବଂ ଆମେ ସେମାନଙ୍କୁ ଏହାର ସାମ୍ନା କରିବାକୁ ଦେବୁ ନାହିଁ। ସମସ୍ତ ରାଜ୍ୟକୁ ସେମାନଙ୍କ ଆବଶ୍ୟକତା ଅନୁଯାୟୀ କୋଭିଡ-୧୯ ଟିକା ଯୋଗାଇ ଦିଆଯାଉଛି। ମଙ୍ଗଳବାର ବୈଠକ ଆରମ୍ଭରେ ଏହା ସମସ୍ତ ରାଜ୍ୟକୁ ଜଣାଯାଇଥିଲା। ମୁଁ ସେମାନଙ୍କୁ ଆଶ୍ୱାସନା ଦେଇଥିଲି ଯେ, ଟିକାକରଣର ଅଭାବ ରହିବ ନାହିଁ ଏବଂ ଆବଶ୍ୟକତା ଅନୁଯାୟୀ ଯୋଗାଣ ଜାରି ରହିବ।

indiatoday

ଉଲ୍ଲେଖଯୋଗ୍ୟ, ରାଜ୍ୟର କେତେକ କୋଭିଡ୍‌-୧୯ ଟିକାକରଣ କେନ୍ଦ୍ରରେ ଯଥେଷ୍ଟସଂଖ୍ୟକ ଟିକା ନ ଥିବାରୁ ଲୋକମାନଙ୍କୁ ଫେରାଇ ଦିଆଯାଉଛି ବୋଲି କହିଥିଲେ ମହାରାଷ୍ଟ୍ରର ସ୍ୱାସ୍ଥ୍ୟମନ୍ତ୍ରୀ ରାଜେଶ ଟୋପେ। ଏହା ସହ, ସମ୍ପ୍ରତି ରାଜ୍ୟରେ ୧୪ ଲକ୍ଷ ଡୋଜ୍‌ ଟିକା ଅଛି। ତାହା ଆଗାମୀ ୩ ଦିନରେ ସରିଯିବ। କେନ୍ଦ୍ର ସରକାର ଆମକୁ ଟିକା ଯୋଗାଇ ଦେବା ବେଳେ ପ୍ରତି ସପ୍ତାହରେ ୪୦ ଲକ୍ଷ ଅତିରିକ୍ତ ଡୋଜ୍‌ ଟିକା ଯୋଗାଇ ଦେବାକୁ ରାଜ୍ୟ ସରକାର ଦାବି କରିଛନ୍ତି। ଟିକା ଯୋଗାଣ ବେଗ ମଧ୍ୟ ଖୁବ୍‌ ମନ୍ଥର। କେନ୍ଦ୍ର ଆମକୁ ଟିକା ଦେଉନାହିଁ ବୋଲି ମୁଁ କହୁନାହିଁ, କିନ୍ତୁ ଯୋଗାଣ ବେଗ ଖୁବ୍‌ ମନ୍ଥର ବୋଲି ଆଜି ମହାରାଷ୍ଟ୍ରର ସ୍ୱାସ୍ଥ୍ୟମନ୍ତ୍ରୀ ରାଜେଶ ଟୋପେ କହିଥିଲେ। ।

ସମ୍ବନ୍ଧିତ ଖବର