ଦେଶରେ ଟିକାର ଅଭାବ ନାହିଁ ବୋଲି ପୁଣି ଯୁକ୍ତି ବାଢ଼ିଲେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ଉପରମୁହାଁ ହୋଇଛି । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଟିକାକରଣକୁ ଜୋରଦାର କରାଯାଇଛି । ଓଡ଼ିଶା ସମେତ କିଛି ରାଜ୍ୟରେ ଟିକାର ଅଭାବ ଦେଖାଦେଇଛି, ଯାହା ଫଳରେ ଟିକାକରଣରେ ବାଧା ସୃଷ୍ଟି ହେଉଛି । ଏପରିକି ଅନେକ ଟିକାକରଣ କେନ୍ଦ୍ର ବନ୍ଦ ହୋଇଗଲାଣି । କିନ୍ତୁ ଦେଶରେ ଟିକା ଅଭାବ ନାହିଁ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ପୁଣି ଥରେ ଦାବି କରିଛନ୍ତି । ସେ ଏହା ସହ ସେ ଟିକା ମହଜୁଦ୍ ଥିବା ଦର୍ଶାଇ ଏକ  ପରିସଂଖ୍ୟାନ ଉପସ୍ଥାପିତ କରିଛନ୍ତି ।

ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷ ବର୍ଦ୍ଧନ କହିଛନ୍ତି,ଦେଶରେ ଆଜି ସକାଳ ପର୍ଯ୍ୟନ୍ତ ୧୪ କୋଟି ୧୫ ଲକ୍ଷରୁ ଅଧିକ ଡୋଜ ଟିକା ଯୋଗାଇ ଦିଆଯାଇଛି।  ପ୍ରାୟ ୧୨ କୋଟି ୫୭ ଲକ୍ଷ ୧୮ ହଜାର ଟିକା ବ୍ୟବହାର ହୋଇଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ସୂଚନାନୁସାରେ, ଏପ୍ରିଲ ୧୬ ପର୍ଯ୍ୟନ୍ତ ୩୦ ଲକ୍ଷରୁ ଅଧିକ ଟିକା ମିଶାଇ ଦେଶରେ ଦିଆଯାଇଥିବା କୋଭିଡ -୧୯ ଟିକା ସଂଖ୍ୟା ୧୨ କୋଟିରେ ପହଞ୍ଚିଛି । ସମୁଦାୟ ୬୬,୬୮୯ କୋଭିଡ ଟିକାକରଣ କେନ୍ଦ୍ର ପରିଚାଳିତ ହେଉଛି । ଦେଶରେ ଦିଆଯାଇଥିବା କୋଭିଡ -୧୯ ଟିକା ସଂଖ୍ୟା ହେଉଛି ୧୧,୯୯,୩୭,୬୪୧ ।

ଏଥିମଧ୍ୟରେ ୯୧,୦୪,୬୮୦ ସ୍ୱାସ୍ଥ୍ୟ କର୍ମୀ ଅଛନ୍ତି, ଯେଉଁମାନେ ଟିକାକରଣର ପ୍ରଥମ ମାତ୍ରା ପାଇଛନ୍ତି ଏବଂ ୫୬,୬୯,୭୩୪ ଜଣ ସ୍ୱାସ୍ଥ୍ୟ କର୍ମୀଙ୍କୁ ଦ୍ୱିତୀୟ ଡୋଜ ଦିଆଯାଇଛି । ଏହା ବ୍ୟତୀତ ଏଠାରେ ୧ କୋଟି ୬ ଲକ୍ଷ ଆଗ ଧାଡିର କର୍ମଚାରୀ ଅଛନ୍ତି ଯେଉଁମାନେ ପ୍ରଥମ ଡୋଜ ପାଇଛନ୍ତି, ଦ୍ୱିତୀୟ ଡୋଜ ଦିଆଯାଇଥିବା ୫୨ ଲକ୍ଷ ୯୫ ହଜାର ଆଗ ଧାଡିର କର୍ମଚାରୀ ଅଛନ୍ତି ।

ସମ୍ବନ୍ଧିତ ଖବର