ମସ୍କୋ: ଯାହାର ମୁଣ୍ଡ ଠିକ୍‌ ଥିବ ସେ ରୁଷ୍‌ ବିପକ୍ଷରେ ଆଣବିକ ଅସ୍ତ୍ର ପ୍ରୟୋଗ କରିବେ ନାହିଁ; ଯଦି ସେ ଭଳି ଆକ୍ରମଣ କରାଯାଇଥିବା ଜଣାପଡ଼େ, ଆକାଶକୁ ଏତେ ସଂଖ୍ୟକ କ୍ଷେପଣାସ୍ତ୍ର ଛାଡ଼ିବୁ ଯେ, ଜଣେ ହେଲେ ଶତ୍ରୁ ରକ୍ଷା ପାଇବାକୁ ସୁଯୋଗ ପାଇବେ ନାହିଁ ବୋଲି ଗୁରୁବାର ଦିନ ରୁଷୀୟ ରାଷ୍ଟ୍ରପତି ଭ୍ଲାଦିମିର୍‌ ପୁଟିନ୍‌ ସତର୍କ କରାଇ ଦେଇଛନ୍ତି।

Advertisment

ବିଶ୍ଳେଷଣକାରୀ ଓ ସାମ୍ବାଦିକମାନଙ୍କର ବାର୍ଷିକ ସମାରୋହରେ ଉଦ୍‌ବୋଧନ ଦେବା ବେଳେ ପୁଟିନ୍‌ ସୁନିଶ୍ଚିତ କରି କହିଛନ୍ତି ଯେ, ରୁଷ୍‌ ତା’ର ନୂଆ ଷ୍ଟ୍ରାଟେଜିକ୍‌ ମିସାଇଲ୍‌ ‘ବୁରେଭେସ୍ତନିକ୍‌’ର ସଫଳ ପରୀକ୍ଷଣ କରିଛି। ଏହି ଆଣବିକ ଶକ୍ତିଚାଳିତ ଓ ଆଣବିକ ଅସ୍ତ୍ରବାହୀ ‘କ୍ରୁଜ୍‌’ କ୍ଷେପଣାସ୍ତ୍ର ଅନେକ ହଜାର ମାଇଲ୍‌ ଦୂରକୁ ଗତି କରିପାରିବ।

publive-image Image Courtesy of Daily Mail

ଏହାଛଡ଼ା, ସେ ମଧ୍ୟ ସତର୍କ କରାଇ କହିଛନ୍ତି ଯେ, ୩୦ ବର୍ଷ ପରେ ପୁଣି ରୁଷ୍‌ ସକ୍ରିୟ ଆଣବିକ ଅସ୍ତ୍ର ପରୀକ୍ଷଣ କରିବାର ସମ୍ଭାବନା ଅଛି।

ଉଲ୍ଲେଖଯୋଗ୍ୟ, ୧୯୯୦ ମସିହା ପରଠାରୁ ଅର୍ଥାତ୍‌ ସୋଭିଏତ୍‌ ଦେଶ ପତନ ପରେ ରୁଷ୍‌ କୌଣସି ଆଣବିକ ଅସ୍ତ୍ର ପରୀକ୍ଷା କରିନାହିଁ।

ରୁଷୀୟ ବିଶ୍ଳେଷଣକାରୀ ସର୍ଗେଇ କାରାକୋଭ୍‌ଙ୍କ ପ୍ରଶ୍ନର ଉତ୍ତର ଦେବାକୁ ଯାଇ ପୁଟିନ୍‌ କହିଲେ, ରୁଷ୍‌ ପ୍ରତି ସେଭଳି କୌଣସି ବିପଦ ଆଶଙ୍କା ଏବେ ନାହିଁ। ମୋର ମନେହୁଏ, ମୁଣ୍ଡ କାମ କରୁଥିବା କୌଣସି ବ୍ୟକ୍ତି ରୁଷ୍‌ ବିପକ୍ଷରେ ଆଣବିକ ଅସ୍ତ୍ର ପ୍ରୟୋଗ କଥା ଚିନ୍ତା କରିବେ ନାହିଁ। ରୁଷ୍‌ ଉପରେ ଆକ୍ରମଣ କଲେ କେହି ତିଷ୍ଠି ରହିବାର ସୁଯୋଗ ରହିବ ନାହିଁ।