ବେଜିଂ: ରୁଷ୍ ପରେ ପରେ ଏବେ ଚୀନ ସହ ବନ୍ଧୁତାକୁ ବି ସହ୍ୟ କରିବାକୁ ନାରାଜ ଟ୍ରମ୍ପ୍ ସରକାର। ଯିଏ ଚୀନକୁ ସମର୍ଥନ କରିବ; ତାହା ପାଇଁ ଆମେରିକାରେ କୌଣସି ସ୍ଥାନ ନାହିଁ।
ଚୀନ୍କୁ ସମର୍ଥନ କଲେ ଆମେରିକାରେ ନୋ ଏଣ୍ଟ୍ରି ଭଳି କିଛି କଟକଣା ଲଗାଇବାକୁ ଯାଉଛି ଟ୍ରମ୍ପ ପ୍ରଶାସନ। ଆମେରିକାର ବିଦେଶ ମନ୍ତ୍ରୀ ମାର୍କ ରୁବିଓ ଘୋଷଣା କରିଛନ୍ତି କି କିଛି ମଧ୍ୟ ଆମେରିକୀୟ ନାଗରିକଙ୍କ ଉପରେ ନୂଆ ଭିସା ଅନୁଯାୟୀ ପ୍ରତିବନ୍ଧକ ଲଗାଯିବ । ଯେଉଁମାନେ ଜାଣିଶୁଣି ଚୀନ୍ର କମ୍ୟୁନିଷ୍ଟ ପାର୍ଟି ପାଇଁ କାମ କରୁଛନ୍ତି ସେମାନଙ୍କୁ ଏଭଳି ପରିଣାମ ଭୋଗିବାକୁ ପଡ଼ିବ ।
ଆମେରିକାର ସରକାରକୁ କମଜୋର କରୁଥିବା ବ୍ୟକ୍ତିଙ୍କୁ ଆଦୌ ବରଦାସ୍ତ କରାଯିବନି। ତେବେ କେଉଁ ବ୍ୟକ୍ତିଙ୍କ ଉପରେ ପ୍ରତିବନ୍ଧକ ଲାଗିଛି ତାହା ଉଲ୍ଲେଖ କରିନାହାନ୍ତି ରୁବିଓ । ଯେଉଁମାନଙ୍କ ଉପରେ ପ୍ରତିବନ୍ଧକ ଲାଗୁ ହେବ ସେମାନଙ୍କ ପରିବାରକୁ ମଧ୍ୟ ଆମେରିକାକୁ ପ୍ରବେଶ ଅନୁମତି ମିଳିବ ନାହିଁ । ଆପଣ ଜାଣନ୍ତି ଯେ ଦୀର୍ଘବର୍ଷ ଧରି ଆମେରିକା ଓ ଚୀନ୍ ମଧ୍ୟରେ ବିଭିନ୍ନ ପ୍ରସଙ୍ଗକୁ ନେଇ ତୁ ତୁ ମେଁ ମେଁ ଲାଗି ରହିଛି ।
ଏପଟେ, ଆମେରିକୀୟ ସୁପ୍ରିମକୋର୍ଟରେ ଫେଡେରାଲ କୋର୍ଟଙ୍କ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରିଛି ଟ୍ରମ୍ପ ପ୍ରଶାସନ । ଗତ ସପ୍ତାହରେ ଫେଡେରାଲ କୋର୍ଟ କହିଥିଲେ ଯେ ବିଦେଶୀ ଆମଦାନୀ ଉପରେ ଶୁଳ୍କ ଲଗାଇବାର ଅଧିକାର ଆମେରିକାର ରାଷ୍ଟ୍ରପତିଙ୍କର ନାହିଁ। ଟ୍ରମ୍ପ ପ୍ରଶାସନ ଭାରତ ଉପରେ ଶୁଳ୍କ ଲଗାଇବାକୁ ଯଥାର୍ଥ ଦର୍ଶାଇ କହିଥିଲେ ଯେ ଏହି ନିଷ୍ପତ୍ତି ରୁଷ-ୟୁକ୍ରେନ ଯୁଦ୍ଧ ବନ୍ଦ କରିବା ପାଇଁ ନିଆଯାଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/14/2025-07-14t130310706z-502487809_3832857453524870_6306522069312104664_n-2025-07-14-18-33-09.jpg)
/sambad/media/media_files/2025/09/05/new-project-44-2025-09-05-09-25-51.jpg)